ବୌଦ୍ଧରେ ବାହୁଡା ଯାତ୍ରା ପାଳିତ

0 525

ବୌଦ୍ଧ,୧/୭ – ଆଜି ପବିତ୍ର ବାହୁଡା ଯାତ୍ରା ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିର ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । କୋରନା ଯୋଗୁଁ ରଥଯାତ୍ରା ଦିନ ଠାକୁର ମାନେ ରଥାରୂଢ ହୋଇନଥିଲେ । କେବଳ ମନ୍ଦିର ପରିସରରେ ସମସ୍ତ ନୀତି ପାଳନ ହୋଇଥିଲା ଠିକ୍ ଆଜି ମଧ୍ୟ ସେହି ସମାନ ରୀତିନୀତିରେ ବାହୁଡା ଯାତ୍ରା ପାଳିତ ହୋଇ ଯାଇଛି । ବୌଦ୍ଧ ସହର ବିରାଜିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆଜି ଅପରାହ୍ନ ଘ.୨.୩୦ମିନିଟ ସମୟରେ ଆରମ୍ଭ ହୋଇଥିଲା ।


hiring

ପାରମ୍ପରିକ ପୂଜାଅର୍ଚ୍ଚନା ପରେ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ମନ୍ଦିର ଚତୁଃପାର୍ଶ୍ୱରେ ଠାକୁର ମାନଙ୍କ ପରିକ୍ରମା କରାଇ ପହଣ୍ଡି କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ ମନ୍ଦିର ପରିସରରେ ଉପସ୍ଥିତ ରହି ବାହୁଡା ଯାତ୍ରା ସୁପରିଚାଳନାର ତଦାରଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜର ସମ୍ପାଦକ ଶଂକର ପ୍ରସାଦ ପୁରୋହିତ, ମନ୍ଦିର କମିଟି ସଭାପତି ରଘୁନାଥ ଷଡଙ୍ଗୀ, ସମ୍ପାଦକ ବିଶ୍ୱଜିତ ମିଶ୍ର ଉପସ୍ଥିତ ଥିଲେ ।


ସେହିପରି ବୌଦ୍ଧଜିଲ୍ଲାର ପ୍ରାଚୀନ ଜଗନ୍ନାଥ ମନ୍ଦିର ହରଭଙ୍ଗା, ପୁରୁଣାକଟକ, ରାମଗଡ, ତିଲେଶ୍ୱର, ଦେବଗଡ, ଧଳପୁର୍, କରଡି ନାୟକପଡା, ନକୂଆନାଳୀ, ବଘିଆପଡା, ତେତେଲଙ୍ଗା, ବଢିଗାଆଁ, ପଦ୍ମନପୁର, ପଲସ ପାଟ, ଜଗତି, ବହିରା, ବାଉଁଶୁଣୀ, ତାଲପଦର, କସୁରବନ୍ଧ, ମନମୁଣ୍ଡା, ଆମ୍ବଗହଣା, ପଦରପଡା, ଶଗଡା, ଗୁନ୍ଦୁଲିଆ, ବରଗୋଛା, ପଲସାଗୋରା, ରୁଣ୍ଡିମହୁଲ, ଦପଲା,ଟୁରି ଦେଉଳ, କଣ୍ଟାମାଳ, ଘଣ୍ଟାପଡା, ବୀରସିଂହପୁର, ଖୁଣ୍ଟିଗୋରା, ନାରୟଣ ପ୍ରସାଦ, ଆମ୍ବଗାଆଁ, ଖମନମୁଣ୍ଡା, କୁଲୁତାଜୋର୍ ଇତ୍ୟାଦି ଜଗନ୍ନାଥ ମନ୍ଦିର ଗୁଡିକରେ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

2 × 4 =