ଯୋଡା,୧/୭ – ଯୋଡା ଥାନା ଅନ୍ତର୍ଗତ ହିରାକୁଦ କଲୋନୀ ବିଦ୍ୟୁତ୍ ବିଭାଗ ପରିସରରୁ ଗଚ୍ଛିତ ଥିବା ପ୍ରାୟ ୮୦ କିଲୋ ଆଲୁମିନିୟମ ତାର ଚୋରି ହୋଇଥିବା ନେଇ ଯୋଡା ଥାନାରେ ନେସ୍କୋ ପକ୍ଷରୁ ଅଭିଯୋଗ ହୋଇଥିଲା । ପୁଲିସ ଏହି ଅଭିଯୋଗରେ ୨ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡା ଥାନା ଖୁଣ୍ଟପାଣି ଅଞ୍ଚଳର ଯଦୁମଣି ବାରିକ୍ (୨୬) ଓ ଜୁଲୁ ବାରିକ (୨୫) । ସେମାନଙ୍କ ଠାରୁ ଚୋରି ଆଲୁମୁନିୟମ ତାର ଜବତ ହେବା ସହ ଏଥିରେ ବ୍ୟବହୃତ ଏକ ମୋଟରସାଇକେଲକୁ ପୁଲିସ ଜବତ କରିଛି । ଏହି ଅଭିଯୁକ୍ତମାନଙ୍କ ନାମରେ ଯୋଡା ଥାନାରେ ପୂର୍ବରୁ ଅନେକ ଚୋରି ମାମଲା ଥିବା ଜଣାପଡିଛି ।