ବୌଦ୍ଧ,୨/୭ – ଗତକାଲି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୫୩ ଜଣ କର୍ମଚାରୀଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଯୁଗ୍ମ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସ୍ୱାବ ସଂଗ୍ରହ କରିଥିଲେ । ସଂଗୃହିତ ସ୍ୱାବ ନମୂନା ଗୁଡିକ ପରୀକ୍ଷା କରିବାପାଇଁ ପରୀକ୍ଷାଗାରକୁ ପଠାଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରତିଦିନ ବିଭିନ୍ନ କାମରେ ଅନେକ ଲୋକ ବିଭିନ୍ନ ଅଂଚଳରୁ ଆସୁଥିବାରୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାବ ନମୂନା ପରୀକ୍ଷା କରାଯାଇଛି ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି ।