ଅଫିମଚୋପା ତସ୍କରୀ ରେକେଟ ଠାବ ୨୪କିଲୋଗ୍ରାମ ଅଫିମଚୋପା ଜବତ ଓ ଜଣେ ଗିରଫ

0 124

ସମ୍ବଲପୁର,୨/୭- ଜିଲ୍ଲା ଅବକାରୀ ଗୁଇନ୍ଦା ଟିମ ପକ୍ଷରୁ ଚଢ଼ାଉ କରି ସ୍ଥାନୀୟ ଧମା ନିକଟସ୍ଥ ଏକ ଢାବାରୁ ପ୍ରାୟ ୨୪ କିଲୋଗ୍ରାମ ଅଫିମଚୋପା ଜବତ କରାଯାଇଛି । ଏକ ବସ୍ତାରେ ଲୁଚାଇ ରଖାଯାଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ବୋଲି କୁହାଯାଇଛି, ଯାହାକି କଲିକତାରୁ ଏଠାକୁ ଟ୍ରକ ଯୋଗେ ଅଣାଯାଇଥିଲା । ଏହା ଏକ ସଙ୍ଗଠିତ ତସ୍କରୀ ରେକେଟର କାମ ବୋଲି କୁହାଯାଇଛି । ଏହି ସନ୍ଦର୍ଭରେ ଢାବାମାଲିକ ମିଲନ ଭୋଇକୁ ଗିରଫକରି ଏଥିରେ ସମ୍ପୃକ୍ତ ଅନ୍ୟ ଲୋକମାନଙ୍କୁ ଖୋଜାଚାଲିଛି । ଏବିଷୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ବିଭାଗର ଗୁଇନ୍ଦା ଅଧିକାରୀ ଶୃତିକାନ୍ତ ରାଉତଙ୍କ ନେତୃତ୍ୱରେ ଗଠିତ ଏକ ଟିମ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା ଓ ଏଥିରେ ସଫଳତାର ସହିତ ରେକେଟର ମୁଖ୍ୟ କର୍ପଟଦାରକୁ ଗିରଫ କରାଯାଇଛି । ସହରାଞ୍ଚଳରୁ ଦୂର ଏକ ଗ୍ରାମାଞ୍ଚଳରେ ଏତେ ପରିମାଣରେ ଅଫିମ ଚୋପା ଉଦ୍ଧାର କଲା ପରେ ଅବକାରୀ ବିଭାଗ ଚିନ୍ତା କରୁଛି ଯେ ଏହା ପଛରେ ନିଶ୍ଚୟ ଏକ ସଙ୍ଗଠିତ ଦଳ ସକ୍ରିୟ ରହିଛି ଓ ଏହାର ଚେର ବହୁଦୂର ଯାଏଁ ବ୍ୟାପିଥିବାର ଆଶଙ୍କା କରାଯାଉଛି । ଏବିଷୟରେ ଏକ ମାମଲା ରୁଜୁ କରିବା ସହିତ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣରେ ପଠାଯାଇଛି ଓ ଏହାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

one × two =