ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମହକ -୨୦୨୩

0 143

ନବରଙ୍ଗପୁର:- ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମହକ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଭିନ୍ନ ଶିଶୁ ଗୃହରେ ରହୁଥିବା ପିଲାମାନଙ୍କର ଲୁକ୍କାୟିତ ଥିବା କଳା ପ୍ରତିଭା ଯେପରି ନାଚ, ଗୀତ, ଚିତ୍ରାଙ୍କନକୁ ସମସ୍ତଙ୍କ ପାଖରେ ପହଞ୍ଚେଇବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମକୁ ଅତିଥି ସ୍ୱାଗତ ଜଣାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡକ୍ଟର. କମଲଲୋଚନ ମିଶ୍ର ଉଦଘାଟନ କରିବା ସହ ପିଲା ମାନଙ୍କର ମନୋବଳକୁ ଦୃଢ କରିବା ପାଇଁ ସେମାନଙ୍କୁ ଆହ୍ୱାନ କରିଥିଲେ । ପିଲାମାନଙ୍କ ପାଇଁ ଏପରି କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ପ୍ରସଂଶା କରିଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ପିଲାମାନଙ୍କର ଆଗ୍ରହକୁ ଦେଖି ସାଧୁବାଦ ଜଣାଇଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଏହା ହେଉଛି ନିଜର ପ୍ରତିଭା ଦେଖାଇବାର ଏକ ଜରିଆ ଏଥିରେ ହାରଜିତ ପାଇଁ କେହି ମନ ଖରାପ କରିବେନି କାରଣ ଏଠି ସମସ୍ତେ ଜଣେ ଜଣେ ବିଜେତା, ଏଭଳି କହି ପିଲା ମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଶିଶୁ ବିଭିନ୍ନ ଶିଶୁଗୃହରୁ ଆସି ଭାଗନେଇଥିଲେ । ଅପରାହ୍ନରେ ଉଦଯାପନୀ ସମାରୋହରେ ଜିଲ୍ଲା ପୋଲିସ ଅଧିକ୍ଷକ ଏସ. ସୁଶ୍ରୀ, ଅନ୍ୟା ଦାସ, ପି.ଡି., ଡି.ଆର.ଡି.ଏ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି ପିଲାଙ୍କୁ ପୁରସ୍କାର ବିତରଣ କରିବା ସହ ସେମାଙ୍କୁ ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ବକ୍ତବ୍ୟ ଦେଇଥିଲେ । ସିନିଅର ଗ୍ରୁପ ଡ୍ୟାନ୍ସରେ ରାଇରାମ ସେବା ଆଶ୍ରମ, ସରଗୁଳି, ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ବ୍ଲେସିଙ୍ଗ ଶିଶୁ ଗୃହ ଦ୍ୱିତୀୟ ଏବଂ ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଜୁନିୟର ଗ୍ରୁପ ଡ୍ୟାନ୍ସ ରେ ଉତ୍କଳ ମାରଥୋମା ପ୍ରୋଜେକ୍ଟ ମିଶନ, କବଗୁଡା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଆଗାପେ ଶିଶୁ ଗୃହ ଦ୍ୱିତୀୟ ଏବଂ ଉତ୍କଳ ବାଳାଶ୍ରମ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ସେହିଭଳି ଚିତ୍ରାଙ୍କନରେ ଜୁନିୟରରେ ଉତ୍କଳ ମାରଥୋମା ପ୍ରୋଜେକ୍ଟ ମିଶନ, କୋବଗୁଡା ପ୍ରଥମ, ଉତ୍କଳ ବାଳାଶ୍ରମ ଦ୍ୱିତୀୟ ଏବଂ ତୃତୀୟ, ସିନିୟରରେ ବ୍ଲେସିଙ୍ଗ ଶିଶୁଗୃହ, ଉମରକୋଟ, ପ୍ରଥମ, ଉତ୍କଳ ବାଳାଶ୍ରମ, ସିନ୍ଧିଗୁଡା ଦ୍ୱିତୀୟ, ରାଇରାମ ସେବା ଆଶ୍ରମ, ସରଗୁଳି, ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଗୀତ ପ୍ରତିଯୋଗିତାରେ ପଣ୍ଡିତ ଦିନ ଦୟାଲ ପ୍ରଥମ, ଆଗାପେ ଦ୍ୱିତୀୟ, ବ୍ଲେସିଙ୍ଗ ଶିଶୁଗୃହ ତୃତୀୟ ହୋଇଥିଲେ । ବକୃତା ଏବଂ କୁଇଜରେ ସେହିଭଳି ସ୍ଥାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କିଶୋର ମାର୍ଥା ପରିଚାଳନା କରିଥବାବେଳେ, କୁନିମଣି ସ୍ୱାଇଁ, କିଷାନ ପଟ୍ଟନାୟକ, ସ୍ୱାତିଶ୍ରୀ ପଟ୍ଟନାୟକ, ସମରେନ୍ଦ୍ର ପରିଡା, ମହେନ୍ଦ୍ର ଚାଲାଣ, ଅରୁଣାର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ, ସାହାର୍ଯ୍ୟ ସହଯୋଗ କରିଥିଲେ ଏବଂ ଅନ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ବୃନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଆକ୍ସନ ଏଡ଼ର ଜିଲା ସଂଯୋଜକ, ବିଚାରକ ମଣ୍ଡଳୀ, ଏବଂ ସମସ୍ତ ଶିଶୁ ଗୃହର କର୍ମକର୍ତ୍ତା ଆଦି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

14 + 3 =