ହରଗୌରୀ ଯାତ୍ରାର ତୃତୀୟ ଦିବସରେ ହରଙ୍କ ଆଗମନ

0 56

ସୋନପୁର : ପ୍ରଥମେ ଗୌରୀଙ୍କୁ ଆବାହନ ପରେ ପରେ ଆଜି ଘଣ୍ଟଘଣ୍ଟା ଓ ଢୋଲନିଶାଣର ତାଳେତାଳେ ଏକ ବିରାଟ ପଟୁଆରରେ ଢେରାପଡାକୁ ଶିବଙ୍କର ଆଗମନ ହୋଇଛି । ଏଥିପାଇଁ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଢେରାପଡାର ଶତାଧିକ ମହିଳା ଓ ପୁରୁଷ ମିଶି ଦୁର୍ଗାମଣ୍ଡପ ନିକଟସ୍ଥ ସ୍ୱର୍ଗତ ଗୋଲେଖ ନାଥ ସାହୁଙ୍କ ବାସଭବନରୁ ଦେବଦେବ ମହାଦେବଙ୍କୁ ଆବାହନ କରି ତାଙ୍କୁ ଜଣେ ବିବାହିତ ମହିଳା ଜୟଶ୍ରୀ ପାତ୍ର ମୁଣ୍ଡରେ ଧାରଣ କରି ଆଣିଥିଲେ । ପରେ ରାସ୍ତାରେ ବିଭିନ୍ନ ଦ୍ୱାରରେ ହରଙ୍କୁ ପୂଜା ସହ ଢେରାପଡା ସ୍ଥିତ ପୂଜା ମଣ୍ଡପଙ୍କୁ ଆଣି ଗୌରୀଙ୍କ ପାର୍ଶ୍ୱରେ ସ୍ଥାପନା କରିଥିଲେ । କାଲିଠାରୁ ହରଗୌରୀଙ୍କୁ ସାତଦିନ ବ୍ୟାପି ଷୋଡଶ ଉପଚାରରେ ପୂଜା ଓ ରୁଦ୍ରାଭିଷେକ କରାଯିବ ବୋଲି କମିଟି କର୍ମକର୍ତ୍ତାଙ୍କ ସୁତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

3 × one =