ବୌଦ୍ଧ- ଶିକ୍ଷା ବିଭାଗରେ ପଦୋନ୍ନତି ଭେଳିକି !

0 1,164

ବୌଦ୍ଧ,୪/୭ -ବୌଦ୍ଧଜିଲ୍ଲା ଶିକ୍ଷା ବିଭାଗର କାର୍ଯ୍ୟକଳାପ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଜିଲ୍ଲା ଶିକ୍ଷା ଅଧିକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କରେ ଯାହାବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଛନ୍ତି ସବୁ ବିବାଦୀୟ ଓ ସନ୍ଦେହଜନକ ବୋଲି କର୍ମଚାରୀମାନେ ଅଭିଯୋଗ କରିଆସୁଛନ୍ତି । ଗତକାଲି ଦୀର୍ଘ ୨୨ ବର୍ଷ ପରେ ଶିକ୍ଷକ ମାନଙ୍କୁ ଲେଭେଲ୍ ୪ ରୁ ଲେଭେଲ୍ ୩ କୁ ପଦୋନ୍ନତି ଦେବାପାଇଁ କମିଟି ବସିଥିଲା । ଲେଭେଲ୍ ୩ ପାଇଁ ୨୦୩ ଗୋଟି ମଂଜୁରିପ୍ରାପ୍ତ ପଦବୀ ଖାଲିଥିବାବେଳେ ଜିଲ୍ଲାରେ ପଦୋନ୍ନତି ପାଇଁ ମାତ୍ର ୮୧ ଜଣ ଯୋଗ୍ୟ ଶିକ୍ଷକ / ଶିକ୍ଷୟତ୍ରୀ ରହିଥିବା ସୂଚନା ମିଳିଛି । ଗତ ମେ ମାସ ୫ ତାରିଖରେ କମିଟି ବସି ପଦୋନ୍ନତି ପାଇଥିବା ୨୩ ଜଣ ବ୍ୟକ୍ତିଙ୍କ ନାମ ଗତକାଲିର ପଦୋନ୍ନତି ତାଲିକାରେ ପୁଣି ରଖାଯାଇଥିବା ଯୋଗୁଁ ପଦୋନ୍ନତି କମିଟିର କିଛି ସଦସ୍ୟ ଆପତ୍ତି ଉଠାଇଥିଲେ ଓ ପଦୋନ୍ନତି ସମ୍ପର୍କୀତ ନିଷ୍ପତି ସେଥିପାଇଁ ଗତକାଲିର ବୈଠକରେ ନିଆଯାଇ ପାରିନଥିବା ଜଣାଯାଏ । ସେହିପରି ଗତ ୬ ମାସ ମଧ୍ୟରେ କିରାଣୀ ମାନଙ୍କୁ କନିଷ୍ଠରୁ ବରିଷ୍ଠକୁ ପଦୋନ୍ନତି ପାଇଁ ୨ ଥର ଡିପିସି ବସିସାରିଛି । ଆଶ୍ଚର୍ଯ୍ୟ ଲାଗୁଛି ଏକା ସାଙ୍ଗରେ ଦୁଇ ଜଣ କନିଷ୍ଠ କିରାଣୀଙ୍କୁ ବରିଷ୍ଠ କିରାଣୀ ସ୍ତରକୁ ପଦୋନ୍ନତି ନଦେଇ ଅଲଗା ଅଲଗା ବୈଠକ ବସାଇ ଦିଆଯିବା ଘଟଣା । କେବଳ କଣ୍ଟାମାଳ ବି.ଇ.ଓ. କାର୍ଯ୍ୟାଳୟର ସ୍ଥାୟୀ ମୁଖ୍ୟ କିରାଣୀ ଥିବାବେଳେ ବୌଦ୍ଧ ଓ ହରଭଙ୍ଗା ବିଇଓ ସମେତ ଡି.ଇ.ଓ. କାର୍ଯ୍ୟାଳୟରେ ମୁଖ୍ୟକିରାଣୀ ପଦବୀ ବହୁଦିନରୁ ଖାଲିଥିବା ସତ୍ତ୍ୱେ ପଦୋନ୍ନତି କମିଟିରେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଉପସ୍ଥାପନ କରାଯାଉନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କେତେକ ଯୋଗ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି କନିଷ୍ଠ କିରାଣୀ ସ୍ତରକୁ ଦେବାକୁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଉନାହିଁ । ବୌଦ୍ଧ ଜିଲ୍ଲାର ଶିକ୍ଷାଅଧିକାରୀ ଥିବା ଗେନ୍ଦ୍ରା କୁଜୁର୍ ସର୍ବଶିକ୍ଷା ଅଭିଯାନର ଡି.ପି.ସି. ଓ କଣ୍ଟାମାଳ ବ୍ଲକ୍ ବି.ଇ.ଓ. ଦାୟିତ୍ୱରେ ମଧ୍ୟ ରହିଥିବାରୁ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେଉଥିବା କୁହାଯାଉଛି । ଅନ୍ୟ ଅଭିଯୋଗ ଅନୁସାରେ ଏ କାର୍ଯ୍ୟାଳୟରେ ଲାଞ୍ଚ ନ ଦେଲେ କୌଣସି କାର୍ଯ୍ୟ ହେଉନଥିବା ଯୋଗୁଁ ଯିଏ ଲାଞ୍ଚ ଦେଲା ତାର କାମ ହେଉଛି ବୋଲି କୁହାଯାଉଛି । ସବୁ ଦୁର୍ନୀତିର ମୁଖ୍ୟ ଖଳନାୟକ ଜଣେ ବରିଷ୍ଠ କିରାଣୀ ଓ ତାଙ୍କ ଡିଲରେ ସବୁ ଚାଲିଛି ବୋଲି ଅଭିଯୋଗ ହୁଏ । ଉକ୍ତ କିରାଣୀଙ୍କ ନାମରେ ବିଭାଗୀୟ ପ୍ରୋସିଡିଙ୍ଗ ଥିବାରୁ ସେ ମୁଖ୍ୟ କିରାଣୀକୁ ଆଇନ୍ ଅନୁଯାୟୀ ପଦୋନ୍ନତି ପାଇ ପାରିବେ ନାହିଁ ତେଣୁ ସେ ଅନ୍ୟ କାହାର ପଦୋନ୍ନତି ପାଇଁ ଫାଇଲ ପ୍ରୋସେସିଙ୍ଗ କରାଇ ଦେଉନାହାନ୍ତି ବୋଲି ଅଭିଯୋଗ ହେଉଛି । ତାଙ୍କ ଉପରୁ ପ୍ରୋସିଡିଙ୍ଗ ଉଠିଲେ ଯାଇ ମୁଖ୍ୟକିରାଣୀ ପଦବୀ ପୂରଣ ହେବ ବୋଲି ଚର୍ଚ୍ଚା ହେଉଛି ।
ଜିଲ୍ଲାପାଳ ଶିକ୍ଷା ବିଭାଗରେ ଚାଲିଥିବା ଦୁର୍ନୀତି ଓ ପ୍ରୀୟାପ୍ରିତି ସମ୍ପର୍କରେ ତଦନ୍ତକରି ଉପଯୁକ୍ତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

four × five =