ବୌଦ୍ଧ,୪/୭ -ବୌଦ୍ଧବ୍ଲକ୍ ଅନ୍ତର୍ଗତ ବହିରା ଗ୍ରାମ ବାଘସାହିର ନବୀନ ବାଘଙ୍କ ୧୧ ବର୍ଷର ପୁଅ ଶ୍ରୀରାମ ବାଘକୁ ଗତକାଲି ସନ୍ଧ୍ୟାରେ କୁକୁର କାମୁଡି ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଘସାହିର ଜଣେ ବ୍ୟକ୍ତି ପୋଷିଥିବା ଏକ କୁକୁର କୌଣସି କାରଣ ନଥାଇ ଷଷ୍ଠଶ୍ରେଣୀର ଛାତ୍ର ଶ୍ରୀରାମଙ୍କୁ ଗୋଡାଇ ଆକ୍ରମଣ କରିଥିଲା । ଶ୍ରୀରାମର ବାମ ହାତରେ କୁକୁରର ୨ ଟି ଦାନ୍ତ ଚିହ୍ନ ରହିଥିବା ଯୋଗୁଁ ପରିବାରଲୋକ ତାଙ୍କୁ ଆଜି ସକାଳେ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ସେମାନେ ଗରୀବ ପରିବାରର ହୋଇଥିବାରୁ ସ୍ୱାସ୍ଥ୍ୟ ସମିତି ତରଫରୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବୀ ହେଉଛି ।