ପାରଳାଖେମୁଣ୍ଡି : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ସ୍ମରଣିକାର ବଜେଟ୍ ଉପସ୍ଥାପନ ଏବଂ ସର୍ବ ସମ୍ମତି ଗ୍ରହଣ, ଏବଂ ଏଥର ସୀମିତ କଳେବର ସହ ଉପାଦେୟ ଲେଖା ଗ୍ରହଣ ନିମନ୍ତେ ନିଷ୍ପତି ଗ୍ରହଣ କରାଗଲା । ସମସ୍ତ ଲେଖା ସଂକ୍ଷିପ୍ତ ହେବା ବାଞ୍ଝାନୀୟ । ଗଜପତିର କଳା,ଲୋକ ସଂସ୍କୃତି,ଲୋକ ସାହିତ୍ୟ, ଏବଂ ଅନାଲୋଚିତ ପ୍ରତିଭାଙ୍କୁ ସ୍ମରଣିକାରେ ପ୍ରକାଶିତ ହେବ । ଚଳିତ ମାସ ୧୫.୧୧.୨୦୨୩ ରିଖ ସୁଦ୍ଧା ଲେଖାଗୁଡ଼ିକ ମାର୍ଫତ ଜିଲ୍ଲା ସୂଚନା ଅଧିକାରୀଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ପ୍ରଦୀପ ଗୁରୁମାଇ, ଡ. ଅଜୟ କୁମାର ତ୍ରିପାଠୀ, ବିଚିତ୍ରାନନ୍ଦ ବେବର୍ତ୍ତା, ଡ .ଚନ୍ଦ୍ର ଶେଖର ଦାସ,ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ, ଲୋକନାଥ ପଣ୍ଡା, ବିନୋଦ ଚନ୍ଦ୍ର ଜେନା, ପ୍ରଭୃତି ଯୋଗଦାନ କରିଥିଲେ । ଶେଷରେ ଡ.କଲ୍ୟାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।