ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଶ୍ରମିକ ଭବନ ଭୂମିପୂଜନ ଓ ମା ପାଟଣେଶ୍ୱରୀ କଲେଜ ପରିଦର୍ଶନ

0 112

ପାଟଣାଗଡ : ପାଟଣାଗଡ଼ ସ୍ଥାନୀୟ ଗଡ଼ଭିତର ବିଶ୍ୱକର୍ମା ମନ୍ଦିର ପାଖରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କ ରାଜ୍ୟସଭା ସାଂସଦ ପାଣ୍ଠିରୁ ଶ୍ରମିକ ଭବନର ଭୂମିପୂଜନ କରିଛନ୍ତି । ଏହି ଶ୍ରମିକ ଭବନ ପାଞ୍ଚ ଲକ୍ଷ ଅଟକଳରେ ନିର୍ମାଣ ହେବ । ଏହା ନିର୍ମାଣ ହେଲେ ଶ୍ରମିକମାନେ ସୁବିଧାରେ ସଭା ସମିତି, ଶ୍ରମିକ କାର୍ଡ ପଞ୍ଜିକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିପାରିବେ ଏବଂ ଗ୍ରାମାଞ୍ଚଳରୁ ଆସୁଥିବା ଶ୍ରମିକ ଶ୍ରେଣୀର ଜନସାଧାରଣ ଅସୁବିଧା ସମୟରେ ଆଶ୍ରୟ ତଥା ରାତ୍ରୀଯାପନ କରିପାରିବେ,ଶ୍ରମିକ ମାନେ ଉପକୃତ ହେବେ ବୋଲି ସାଂସଦ ମହୋଦୟ କହିଛନ୍ତି । ଭୂମିପୂଜନ ସମୟରେ ମିସ୍ତ୍ରୀ ବଢେଇ ସଂଘର ସଭାପତି ସୁନୀଲ ଗୋଏଲ, ସମ୍ପାଦକ ଚନ୍ଦ୍ର ଶବର, ସାଂସଦ ବ୍ଲକ ପ୍ରତିନିଧି ସନ୍ତୋସିନୀ ବିଶି, ଗିରିରାଜ ଭୋଇ, ଖେଡୁ ମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ପରେ ଖପ୍ରାଖୋଳ ବ୍ଲକ ଚଂଘରିଆ ପାଞ୍ଚ ଛକ ଠାରେ ଥିବା ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ସାଂସଦ ଶ୍ରୀ ବିଶିଙ୍କୁ ଛାତ୍ରଛାତ୍ରୀ ଓ ଷ୍ଟାଫ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇ ମହାବିଦ୍ୟାଳୟ ପରିସରକୁ ପାଛୋଟି ନେଇଥିଲେ । ସାଂସଦ ଶ୍ରୀ ବିଶି ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ । ପରେ ଛାତ୍ରଛାତ୍ରୀ ମାନେ ସାଂସଦଙ୍କୁ ମହାବିଦ୍ୟାଳୟ ପରିସରରେ ମୋବାଇଲ ନେଟୱାର୍କ ଅସୁବିଧା, ଇ-ଲାଇବ୍ରେରୀ ଓ ଛାତ୍ରୀ ନିବାସ ଓ ଛାତ୍ରାବାସ ସମସ୍ୟାର ସମାଧାନ କରିବାକୁ ଲିଖିତ ଅଭିଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣି ବହୁତ ଜଲଦି ଏହି ସମସ୍ୟାର ସମାଧାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପରିଦର୍ଶନ ସମୟରେ କଲେଜରେ ପ୍ରତିଷ୍ଠାତା ସୁଶୀଳ ଗୁରୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭୁବନେଶ୍ୱର କୁଅଁର, ଗିରିରାଜ ଭୋଇ,ଅଧ୍ୟକ୍ଷ,ଅଧ୍ୟାପକଙ୍କ ସମେତ ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =