ହରଭଙ୍ଗା : ଆମ ଓଡିଶା ନବୀନ ଓଡିଶାର ଯୋଜନାରେ ଆଜି ସାମିଲ ହୋଇଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲା ପାଇଁ ୧୧୫୯ ପ୍ରକଳ୍ପ ପାଇଁ ୩୪ କୋଟି ୫୦ଲକ୍ଷ ଟଙ୍କା ଆମ ଓଡିଶା, ନବୀନ ଓଡିଶା ଯୋଜନାର ମିଳିଛି । ହରଭଙ୍ଗା ବ୍ଳକର ଚାରିଛକ ହାଇସ୍କୁଲ ପଡିଆଠାରେ ମଧ୍ୟ ବୁଧବାର ଦିନ ୧୦ଟାରେ ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡିଶା ନବୀନ ଓଡିଶାର ଅଧକ୍ଷ ଭିକେ ଉକ୍ତ ଯୋଜନାର ଶୁଭାରମ୍ଭ କରିଥିଲେ । ବ୍ଲକର ୨୨ ପଞ୍ଚାୟତ କୁ ୫୦ଲକ୍ଷ ଲେଖାଏଁ ୧୧କୋଟି ର ଅନୁଦାନ ଯୋଗାଇ ଦିଆଯାଇଥିବା ଜଣାପଡିଛି । ଅଞ୍ଚଳର ମଠ, ମନ୍ଦିର, ମହଜିଦ ଓ ବିଭିନ୍ନ ଉନୟନମୂଳକ କାର୍ଯ୍ୟ ଏହି ଅର୍ଥ ବ୍ୟୟ ହେବ । ଆଜିର ଏହି ଆୟୋଜିତ କାର୍ଯ୍ୟକ୍ରମକୁ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ସହ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କୁ କରତାଳି ଦେଇ ଉପସ୍ଥିତ ଜନସାଧାରଣ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମକୁ ହରଭଙ୍ଗା ବ୍ଳକ ବିଡ଼ିଓ ସ୍ୱପ୍ନିତା ନାୟକ ପରିଚାଳନା କରିଥିବା ବେଳେ ଉକ୍ତ ସଭା କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ବିଭାଗ ପ୍ରଦୀପ ଅମାତ, ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ୮ନମ୍ବର ଜିଲ୍ଲା ପରିଷଦ ସଭ୍ୟା ତାରାମଣି ପ୍ରଧାନଙ୍କ ସମେତ ବ୍ଳକର ସମସ୍ତ ବିଭାଗର କର୍ମଚାରୀ, ଯନ୍ତ୍ରୀ, ଓ ସରପଞ୍ଚ, ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।