“ହୀରାଞ୍ଚଳ’ର ମହା ପ୍ରଭାବ, ଖବର ପ୍ରକାଶନ ପରେ ମରାମତି ହେଲା ୫୭ ନଂ ଜାତୀୟ ରାଜପଥ

0 344

ଦଶପଲ୍ଲା : ଗତ କିଛିଦିନ ତଳେ ଦୈନିକ “ହୀରାଞ୍ଚଳ’ରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସମ୍ପର୍କରେ ଖବର ପ୍ରକାଶନ ପରେ ଜାତୀୟ ରାଜପଥ ପ୍ରାଧିକରଣର ନିଦ୍ରାଭଂଗ ହୋଇଛି । ରାଜପଥର ବିଭିନ୍ନ ସ୍ଥାନରେ ଥିବା ଖାଲ ଗାଡ଼ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଦଶପଲ୍ଲା ଠାରୁ ବାଣିଗୋଛା ମଧ୍ୟରେ ଥିବା ବିଭିନ୍ନ ଖାଲ ଖମା ଗୁଡିକରେ ତାଳିପକା କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଥିଲା । ହେଲେ ଏଭଳି ନିମ୍ନମାନର କାର୍ଯ୍ୟ ଯୋଗୁଁ ବାଣିବିରି ଘାଟି ସମେତ, ଦଶପଲ୍ଲା ସହରର ପ୍ରାଣକେନ୍ଦ୍ର କୁହାଯାଉଥିବା ଦୁର୍ଗା ବଜାର ନିକଟସ୍ଥ କୁଆଁରିଆ ବ୍ରିଜ ଉପରେ ନିକଟ ଅତୀତରେ ହୋଇଥିବା ତାଳିପକା କାର୍ଯ୍ୟ ପୁନଶ୍ଚ ଉଠିଯାଇ ଖାଲଖମା ସୃଷ୍ଟି ହେବା ଯୋଗୁଁ ବହୁ ସମୟରେ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାରୁ ତାହାର ସ୍ଥାୟୀ ପ୍ରତିକାର କରିବାକୁ ଦଶପଲ୍ଲା ବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − thirteen =