ବାଲିଗୁଡ଼ା ବନାଞ୍ଚଳର ଲଣ୍ଡାଗାଁ ଅଞ୍ଚଳରେ ୮ଟିକିଆ ହାତୀପଲ

0 293

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନାଞ୍ଚଳର ଖମଣଖୋଲ ଅଞ୍ଚଳରେ ଆଠଟିକିଆ ହାତୀପଲ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହି ହାତୀପଲ କନ୍ଧମାଳ ସିମାନ୍ତ ଖମଣଖୋଲ ଅଞ୍ଚଳକୁ ପଶି ଆସିଥିବା ଜଣାପଡ଼ିଛି । ସେପଟେ ହାତୀପଲକୁ ଟ୍ରାକ୍‌ କରିବା ସହ ଘଉଡ଼ାଇବାକୁ ଉଦ୍ୟମ ଯାରି ରଖିଛି ଫରେଷ୍ଟର ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ । ଏହି ହାତିପଲରେ ଗୋଟିଏ ଦନ୍ତା ସମେତ ପାଞ୍ଚୋଟି ମାଈ ହାତୀର ଦୁଇଟି ଛୁଆ ହାତୀ ଥିବା ବେଳେ ଗତକାଲି ଏହି ହାତୀପଲ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳର ନାରାୟଣ ପ୍ରସାଦ ଅଞ୍ଚଳର ଲାଦେନ୍‌ ଗାଁ ରୁ ଆସି ବାଲିଗୁଡ଼ା ବନାଞ୍ଚଳର ମୁଠାବାଲି ଦେଇ ଖମଣଖୋଲ ନିକଟସ୍ଥ ଦାରାସିଂ ଜଙ୍ଗଲରେ ରହିବାପରେ ସେଠାରୁ ଯାଇ ବର୍ତ୍ତମାନ କଳାହାଣ୍ଡି ସିମାନ୍ତ ଅନାଗୁଳ ସଂରକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ହାତୀକୁ ନେଇ ଭୟଭୀତ ନହେବା ପାଇଁ ଅଞ୍ଚଳବାସୀଙ୍କୁ ସଚେତନ କରାଇବା ସହ ହାତୀପଲର ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛି ବନବିଭାଗ । ସେପଟେ ଘଟଣାସ୍ଥଳରେ ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

one × 1 =