ବାଲିଗୁଡା: କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍କୁ ଦିନିକିଆ ଗସ୍ତରେ ଆସି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ବାଲିଗୁଡ଼ା ବ୍ଲକର ଉଭୟ ସିନ୍ଦ୍ରିଗାଁ ଓ ବାଟାଗୁଡ଼ା ପଞ୍ଚାୟତ ଗସ୍ତ କରି ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ କେନ୍ଦ୍ର ସରକାରଙ୍କ ଗରିବ ଲୋକଙ୍କ କଲ୍ୟାଣ ଯୋଜନା କାମ କରୁଛି ବୋଲି କହିଥିଲେ । ଏହି ଅବସରର କେନ୍ଦ୍ର ଯୋଜନାରେ ବିଭିନ୍ନ ସୁବିଧା ସୁଯୋଗ ମିଳୁଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରି ସନ୍ତୁଷ୍ଟି ଲାଭ କରିଥିବା କହିଛନ୍ତି ମନ୍ତ୍ରୀ ।