କୋଶଳ ବନ୍ଦ୍‌କୁ ସୁବର୍ଣ୍ଣପୁର ଜିଲ୍ଲାରେ ଅଦ୍ଭୁତପୂର୍ଣ୍ଣ ସଫଳତା

0 127

ସୁବର୍ଣ୍ଣପୁର,୧୮/୧୧:- ଦୀର୍ଘବର୍ଷରୁ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ପୁଣି କୋଶଲ ମହାବନ୍ଦ ଡାକରା ଦେଇଛି । ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ କୋଶଳ ରାଜ୍ୟ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତିପୂର୍ଣ୍ଣ ଭାବରେ ଗ୍ରାମଠୁ ସହର ପର୍ଯ୍ୟନ୍ତ ଜନସାଧାରଣ ସ୍ୱତସ୍ପୂର୍ତ୍ତର୍ ଭାବରେ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । ଏଥିରେ ସ୍କୁଲ, କଲେଜ୍‌, କୋର୍ଟ, କଚେରୀ, ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । କୋଶଳ ସେନା ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଥିବା ବେଳେ କୋଶଳ ସେନା ସହର ବିଭିନ୍ନ ଛକରେ ରାସ୍ତାରୋକ କରିଛନ୍ତି । ଏହି ମହାବନ୍ଦ ସହିତ ସହରର ସମସ୍ତ ବର୍ଗ ଯୋଡି ହୋଇପଡିବା ଫଳରେ କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ ସ୍ୱତଃ ବନ୍ଦ ଥିବା ଦେଖାଯାଇଛି > ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

thirteen + eight =