ବୁଣାକାର ମହାସଂଘର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

0 79

କଟକ: ଓଡିଶା ବୁଣାକାର ମହାସଂଘ ପକ୍ଷରୁ ବୁଣାକାରମାନଙ୍କ ସମସ୍ୟା ସମ୍ବଳିତ ୬ ଗୋଟି ପ୍ରସ୍ତାବ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ପ୍ରସ୍ତାବଗୁଡିକ ମଧ୍ୟରୁ ଜଣେ ବୁଣାକାରର ପକ୍କା ଘରଟିଏ ଥିଲେ ମଧ୍ୟ ଲୁଗା ବୁଣୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ତନ୍ତଶାଳାଟିଏ ଦେବାକୁ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ସମସ୍ତ ବୁଣାକାର ତନ୍ତଶାଳା ନିର୍ମାଣ ପାଇଁ ସୁବିଧା ପାଇପାରିବେ । ବୁଣାକାର ମହାସଂଘର ଦାବିକୁ ସରକାର ବିଚାରକୁ ନେଇଥିବାରୁ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ମନ୍ତ୍ରୀ ରିତା ସାହୁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ବୟନ ଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ଯୁଗ୍ମ ନିର୍ଦ୍ଦେଶକ ଦେବଜିତ୍‌ ନନ୍ଦୀ ପ୍ରମୁଖଙ୍କୁ ବୁଣାକାର ମହାସଂଘ ସଭାପତି ଶ୍ରୀଧର ବେହେରା, ଉପସଭାପତି ସଂଜୟ କୁମାର ମେହେର, ଶ୍ରୀକାନ୍ତ ନାୟକ, କିଶୋର ଚନ୍ଦ୍ର ଦାସ, ଧ୍ରୁବଚରଣ ଦାସ, ଗୋବିନ୍ଦ ଦାସ, ହରିହର ମେହେର, ହୃଦାନନ୍ଦ ରାଉତ ଓ ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

19 − 13 =