ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭିତ୍ତିଭୂମି ପରଖିଲେ

0 75

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ରହିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିଭୂମି ସାଙ୍ଗକୁ ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପରଖିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଦୁଇ ଜଣିଆ ଟିମ ଭୁବନେଶ୍ୱରରୁ କନ୍ଧମାଳ ଜିଲ୍ଲା ଆସି ତିନି ଦିନ ବିଭିନ୍ନ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପ୍ରଥମ ଦିନରେ ଖଜୁରୀପଡା, ଫିରିଙ୍ଗିଆ, ଦାରିଙ୍ଗବାଡି , ଦ୍ୱିତୀୟ ଦିନରେ ଦାରିଙ୍ଗବାଡି, କ.ନୂଆଗାଁ ଓ ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବୁଲି ଦେଖିବା ସହ ତୃତୀୟ ଦିନରେ ରାଇକିଆ ଓ ଜି.ଉଦୟଗିରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲି ଦେଖିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୫- ଟି ରେ ସାମିଲ ପରେ ବିଦ୍ୟାଳୟର ଆର୍ଥିକ ସ୍ଥିତି ଶ୍ରେଣୀ କୋଠରି ,ବିଜ୍ଞାନ ପରୀକ୍ଷାଗାର , ପାଠାଗାର, ଛାତ୍ରୀ ନିବାସ, ପରିବେଶ ଆଦି ବ୍ୟବସ୍ଥା ବୁଲି ଦେଖିବା ସହ ବିଦ୍ୟାଳୟର ଅଧ୍ୟକ୍ଷ,ଅଧ୍ୟାପକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ କିଭଳି ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯିବ । ବାଲିଗୁଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୁଲିବା ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଦୁଇ ଜଣିଆ ଟିମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଲୋପାମୁଦ୍ରା ପଣ୍ଡା ଓ ପ୍ରଣବ ଶତପଥି ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ । ସେଥି ମଧ୍ୟରେ ଫୁଲବାଣୀ ଅଧକ୍ଷ ଆଲୋକ କୁମାର ପଣ୍ଡା, ଚକାପାଦ ଅଧ୍ୟକ୍ଷ ଶ୍ରୀକାନ୍ତ ଖମାରୀ, କୋଟଗଡ ଅଧ୍ୟକ୍ଷ ସ୍ନେହଜିତ ପ୍ରଧାନ, ଭିକାରୀ ବେହେରା ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

five + 3 =