ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସନ୍ଧ୍ୟା

0 184

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଚତୁର୍ଥ ସଂଧ୍ୟା ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଚତୁର୍ଥ ସଂଧ୍ୟାରେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ କଳା ପରିବେଷଣ କରାଯାଇ ଥିଲା ଓ ମାଙ୍କ ଠାରେ ସଂଧ୍ୟା ଆଳତୀ ଅର୍ପଣ କରାଯାଇଥିଲା । ପରେ ମଞ୍ଚକୁ ନିମନ୍ତ୍ରିତ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇ ପରିଚୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସମ୍ମାନିତ ଅତିଥି ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ୭ନମ୍ବର ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ପୁରୁଣାକଟକ ସରପଞ୍ଚ ତଥା ସମ୍ପାଦକ ଅଶୋକ ସେଠୀ,ମହୋତ୍ସବ କମିଟି ସଭାପତି ଅଶୋକ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ । ଉକ୍ତ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣୀଆ ଓ ମନୋଜ କୁମାର ପାଠି ତୁଲାଇ ଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭଜନ,ହିନ୍ଦୀ, ସମ୍ବଲପୁରୀ ଗୀତ ନୃତ୍ୟ, ମାଁ ସାରଳା ଘଣ୍ଟ ନୃତ୍ୟ ଓ କଳିକା ତାଣ୍ଡବ ଜଗତସିଂହପୁର, କଳାଯିବି ଅନୁଷ୍ଠାନ ବରଗଡ଼,ଫୁଲବାଣୀ କ୍ଳବର କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ମହୋତ୍ସବ ପଡିଆରେ ଦିନକୁ ଦିନ ମିନାବଜାରଠୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦ ଷ୍ଟଲ, ସରକାରୀ ଷ୍ଟଲ ପଲ୍ଲୀଶ୍ରୀ ମେଳାରେ ଗହଳି ପରିଲକ୍ଷିତ ହେଉଥିବବେଳେ ପୋଲିସ ବାହିନୀ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡୀ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four × one =