ଶୁଭାରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସମାରୋହ

0 121

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ୱିତ ସମାରୋହ -୨୦୨୩ ର ଶୁଭାରମ୍ଭ ହୋଇ ଯାଇଅଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସ୍କୃତିକ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ନମିତା ରଥ, କ୍ରୀଡ଼ା ବିଭାଗ ମୁଖ୍ୟ ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର ଯୋଗଦେଇ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ଚଳିତ ମାସ ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୨୧ ତାରିଖ ଯାଏଁ ବିଭିନ୍ନ ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ନୋଡ଼ାଲ୍‌ ଅଫିସର୍‌ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ପ୍ରଥମ ଦିନରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନରେ ଗଠିତ ହୋଇଥିବା ବିଭିନ୍ନ କମିଟିର ଛାତ୍ରଛାତ୍ରୀ ସହଯୋଗରେ ପ୍ରଥମ ଦିନରେ ଓଡ଼ିଆ ପ୍ରବନ୍ଧ “ମୁଁ ଓ ମୋର ପରିବେଶ ‘ ଏବଂ ଓଡ଼ିଆ ସାଧାରଣ ଜ୍ଞାନ ଓ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

ten + 15 =