ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗ ଚଢାଉ କରି ୨୦ କେଜି ସମ୍ବର ମାଂସ ଜବତ କରିବା ସହ ୩ଜଣଙ୍କୁ ଅଟକ ରହିଥିବା ଜଣାପଡିଛି । ଗୋଟିଏ ସୁପର୍ ଏକ୍ସସଲ ଗାଡ଼ି ସହ ୨ ଜଣ ଶିକାରୀ ବନ୍ୟ ଜନ୍ତୁ ମାଂସ ଚାଲାଣ କରୁଥିଲେ । କୋମନା ବନାଞ୍ଚଳ ଅଧିକାରୀ ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ ଚଢାଉ ପାଇଁ ନେତୁର ଘର ଧରାଭଟାକୁ ଯାଉଥିବା ସମୟରେ କୋମନା ଥାନା ଜଗନ୍ନାଥ ପାଲି ଗାଁର କିଶୋର ସଗରିଆ(୫୨) ଏକ ସୁପର ଏକ୍ସସେଲ ଗାଡ଼ିରେ ସମ୍ବର ମାଂସ ପାଖାପାଖି ୫ କେଜି ନେଉଥିବା ଦେଖି କୋମନା ଥାନା ଗେରୁଯୋର ନିକଟରେ ସୁପର ଏକ୍ସସେଲ ଗାଡ଼ି ସହ ମାଂସ ଜବତ କରିଥିଲେ । କିଶୋର ସଗରିଆକୁ ଧରାଭଟା ଗାଁର ନେତୁ ଦୀପଙ୍କ ଘରୁ ଆଣୁଛି ବୋଲି କହିଥିଲା । ପରେ କୋମନା ବନବିଭାଗ ଟିମ ନେତୁଙ୍କ ଘରକୁ ଯାଇ ପାଖାପାଖି ୧୫ କେଜି ମାଂସ ତାଙ୍କ ଘରୁ ଜବତ କରିବା ସହ ଅଭିଯୁକ୍ତ ନେତୁ ଦୀପଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତଙ୍କ ଠାରୁ ପାଖାପାଖି ୨୦ କେଜି ସମ୍ବର ମାଂସ ଜବତ କରିବା ସହ ମାଂସ ଚାଲାଣ ହେଉଥିବା ସୁପର ଏକ୍ସସେଲ ଗାଡ଼ି ଓ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚାଲିଛି । ଆଜି ବିଭାଗ ତଦନ୍ତ ଚାଲିଥିବା ବେଳେ ୧୭ ରୁ ଉଦ୍ଧ୍ୱର୍ ସଂପୃକ୍ତି ଥିବା ଏସିଏଫ ପ୍ରକାଶ କରିଛନ୍ତି ।