ପଞ୍ଚୁକ ପାଇଁ ନୀତି କମିଟି ବୈଠକ

0 80

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ହବିଷ୍ୟାଳୀଙ୍କ ପାଇଁ ସେଡର ବ୍ୟବସ୍ଥା ହେବ । ଗତକାଲି ମୋର ପ୍ରତିକ୍ରିୟାକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି । ପଞ୍ଚୁକ ସମୟରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସ୍ୱାଗତ କରୁଛୁ । ଶୃଙ୍ଖଳିତ ନୀତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ସ୍ୱେଚ୍ଛାସେବୀଙ୍କ ସହ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ.ବିଶାଲ ସିଂହ , ନୀତି ପ୍ରଶାସକ,ଉନ୍ନୟନ ସ୍ୱତନ୍ତ୍ର ଅଧିକାରୀ ଉପସ୍ଥିତ ଥିଲେ । କାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ୍‌ ପଞ୍ଚୁକରେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eight + two =