ସମ୍ବଲପୁର ଭର୍ଚୁଏଲ ରେଲିରେ ଉଦବୋଧନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0 69

ସମ୍ବଲପୁର,୫/୭ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତି ହୋଇସାରିଛି । ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କିନ୍ତୁ ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁଁ କାର୍ଯ୍ୟକ୍ରମର ଆକାର ଓ ପ୍ରକାରରେ ପରିବର୍ତ୍ତନ ଘଟିଛି । ଭିଡିଓ କନଫରେନସିଂ ମାଧ୍ୟମରେ ଭର୍ଚୁଏଲ ରେଲିରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ-ସାମିଲ କରିବାକୁ ଜନସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରଥମେ ରାଷ୍ଟ୍ରୀୟ ସ୍ତରରୁ ଆରମ୍ଭହୋଇ ରାଜ୍ୟସ୍ତରୀୟ, ଲୋକସଭା ନିର୍ବାଚନ ମଣ୍ଡଳସ୍ତରୀୟ, ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଓ ବିଭିନ୍ନ ମୋର୍ଚ୍ଚାର ସ୍ୱତନ୍ତ୍ର ଜନସମ୍ବାଦ ରେଲିରେ ଉଦବୋଧନ ଦେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ବିଭିନ୍ନମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ । ଏହି ମର୍ମରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏହି ଜନସମ୍ବାଦ ରେଲି ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଥିଲେ । ସେ ତାଙ୍କର ଅଭିଭାଷଣରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବା ସହିତ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ କିଭଳି ଓଡ଼ିଶାରେ ସେ ଯୋଜନାମାନ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ, ଏବିଷୟରେ ଉଲ୍ଲେଖ କରିଥିଲେ । ଏବର୍ଷ ର ରଥଯାତ୍ରା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେବା ସହ ରାଜ୍ୟ ସରକାର କିଭଳି ରଥଯାତ୍ରା କରାଇ ଦେବାକୁ ଚାହୁଁ ନ ଥିଲେ ସେ ବିଷୟ ମଧ୍ୟ ସେ ଉଲ୍ଲେଖ କରି ରାଜ୍ୟସରକାରର ମୁଖା ଖୋଲିଥିଲେ । ସମ୍ବଲପୁରକୁ ଆତ୍ମନିର୍ଭର ଭାରତର ଏକ କେନ୍ଦ୍ରସ୍ଥଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କ ଅଭିଭାଷଣ ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କର ବକ୍ତବ୍ୟ ପ୍ରଦାନ କରି ସମ୍ବଲପୁରର ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହିତ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ, ବାସହୀନଙ୍କୁ ଗୃହ ନିର୍ମାଣ ସହାୟତା, ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ, ବୃହତ ରିଙ୍ଗରୋଡ଼ ଓ ମହାନଦୀ ଅପର ପାର୍ଶ୍ୱ ରେ ରିଙ୍ଗରୋଡ଼ ନିର୍ମାଣ ଭଳି ଅନେକ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ପରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାଏକ, ପୂର୍ବତନ କୁଚିଣ୍ଡା ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନସମ୍ବାଦ ରେଲିରେ ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ଉପସଭାପତି ସମୀର ରଞ୍ଜନ ବାବୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ସବିତା ନନ୍ଦ, ଅନିଲ ବେହେରା, ଦାମୋଦର କର, ମାନସ ରଞ୍ଜନ ବକ୍ସି, ଅଶ୍ୱିନୀ ମାଝି, ଶିବ ଦିୱାନ, ସୁଶାନ୍ତ କୁମାର ପୁରୋହିତ, ଗିରିଜା ସାହୁ, ଶମ୍ଭୁ ବରେଲିଆ, ସରୋଜ କୁମାର ଘଡାଇ, ପ୍ରକାଶ ସାହୁ, ଜୟନ୍ତ ସାହୁ, ମନୋଜ ସ୍ୱାଇଁ, ବିଷ୍ଣୁ ରକ୍ଷିତ, ଶ୍ରୀକାନ୍ତ ପାଣିଗ୍ରାହୀ, ମୋହନ ଦାଶ ସହିତ ବହୁ ମୋର୍ଚ୍ଚା ସଭାପତି, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

1 × one =