ରାୟଗଡା ଜିଲ୍ଲା ଡମ୍‌ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ

0 426

ରାୟଗଡା: ରାୟଗଡା ଜିଲ୍ଲା ଡମ୍‌ ସମାଜର ଜିଲ୍ଲାସ୍ତରୀୟ ଦିଆଲି ପର୍ବ ଭେଟଘାଟ ମହାଆଡମ୍ବର ପାଳିତ ହୋଇଛି । ଏନେଇ ଚଳଚଂଚଳ ହୋଇଉଠିଥିଲା ରାୟଗଡ ଜିଲ୍ଲା । ଡମ୍‌ ସମାଜ ଏହି ଦିଆଳି ପରବ ଭେଟଘାଟ ଅବସରରେ ରାୟଗଡ ସହରର ରେଳ ଷ୍ଟେସନ, ମଝିଘରିଆଣୀ ମନ୍ଦିର,ଆମ୍ବଗୁଡା, ଚେକାଗୁଡା ଛକର ଚତୁର ପାର୍ଶ୍ୱରୁ ଦିଆଳି ଭେଟଘାଟ ପାଇଁ ଚାରି ପ୍ରବେଶ ପଥରୁ ଡମ୍‌ ସମ୍ପ୍ରଦାୟ ପକ୍ଷରୁ ପାରମ୍ପରିକ ନାଚ ଗୀତ ଏବଂ ପାରମ୍ପରିକ ପୂଜା ସାମଗ୍ରୀ ଧରି ହଜାର ହଜାର ସଂଖ୍ୟାରେ ବିରାଟ ପଟୁଆରରେ ପୁରୁଷ, ମହିଳା,ଯୁବକ, ଯୁବତୀ ପାରମ୍ପରିକ ବାଜା ଗୀତର ତାଳେ ତାଳେ ନାଚି ସହର ପରିକ୍ରମା କରିବା ସହ ସ୍ଥାନୀୟ ବଷ୍ଟାଣ୍ଡ ଛକ ସ୍ଥିତ ଡ଼ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟର୍ପଣ ପରେ ମୁଖ୍ୟ ବଜାର ଦେଇ ସ୍ଥାନୀୟ ବିସିଡ଼ି ପଡିଆରେ ଶୋଭାଯାତ୍ର ପହଞ୍ଚିଥିଲା । ବିସିଡ଼ି ପଡ଼ିଆ ଠାରେ ପହଂଚିବାପରେ ମଞ୍ଚରେ ନିଜ ପରମ୍ପରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । କେମିତି ଦିଆଳି ପରବ ପାଳନ କରାଯାଏ ଓ ଡମ ସମାଜର ଯେଉଁ ପରମ୍ପରା ରହିଛି ଓ ନିଜର ପିତୃପୁରୁଷଙ୍କୁ ଦିଆଳି ପରବ ବେଳେ କେମିତି ପାରମ୍ପରିକ ରୀତିନୀତି ରହିଛି । ଆଉ ଏହି ପରମ୍ପରା ଦିନକୁ ଦିନ ଲୋକେ ଭୁଲି ଯାଉଛନ୍ତି । ସେହି ପରମ୍ପରାକୁ ବଜାଇ ରଖିବା ପାଇଁ ଜିଲ୍ଲାସ୍ତରୀୟ ଏହି ଦିଆଲି ପରବ ଭେଟଘାଟ । ଆୟୋଜନ କରାଯାଇଛି, ଆଉ ଏହି ଦିଆଳି ପରବ ଭେଟଘାଟ ମଧ୍ୟରେ ନିଜର କଳା, ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ଏହି ଦିଆଳି ପରବ ଭେଟଘାଟ । ମୁଖ୍ୟ ଅତିଥିଭାବେ ପି ଡି ୱାଟରସେଡ ଦୟାନିଧି ବାଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱରରୁ ଆସିଥିବା ବାସୁଦେବ ଶୁନାନୀ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣର ପ୍ରାୟ ୧୫ ହଜାର ରୁ ଅଧିକ ଜନସମାଗମ ହୋଇଥିବା ବେଳେ ଡମ୍‌ ସମାଜର ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଗରଡ଼ିଆ ମଞ୍ଚ ପରିଚାଳ କରିଥିଲେ,ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ନିଜ ଅବିଭାଷଣରେ ପରମ୍ପରାକୁ ବଜାଇ ରଖିବା ପାଇଁ କହିବା ସହ ଆମ କଳା ସଂସ୍କୃତି ପରମ୍ପରା ହିଁ ଆମ ପରିଚୟ ବୋଲି କହିଥିଲେ, ଏହି ଦିଆଳି ପରବ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ଡ଼ମ ସମାଜର ସଭାପତି, ସମ୍ପାଦକ ଜନାର୍ଦ୍ଦନ ଗରଡ଼ିଆ, ରାମଚନ୍ଦ୍ର ବାଗ, ଋଷିକେଶ କୂଳଦୀପ, ଯୁଧିଷ୍ଠିର ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକାର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seven + 7 =