ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲାରେ ସଟ୍ ଡାଉନ

0 113

ପାରଳାଖେମୁଣ୍ଡି, ୫/୭- ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । ଏହି ସଟ ଡାଉନ ସମୟରେ ଔଷଧ ଦୋକାନ ଦୁଗ୍ଧ ଓ ଗ୍ୟାସ ଇତ୍ୟାଦି କାର୍ଯ୍ୟକାରି ହେଉଅଛି । ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିଛି ରାସ୍ତାଘାଟ ଶୁନଶାନ ହୋଇପଡିଥିବା ଦେଖିବାକୁ ମିଳିଛି । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଡା ପହରା ସହ ଦିନରାତି ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =