ବିଶ୍ୱର ସବୁଠୁ ବଡ଼ କୋଭିଡ୍ ସେଣ୍ଟର ଲୋକାର୍ପିତ

0 66

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ତିଆରି ହୋଇଥିବା ବିଶ୍ୱର ସବୁଠୁ ବଡ଼ କୋଭିଡ୍ କେୟାର ସେଣ୍ଟର ଆଜି ଲୋକାର୍ପିତ ହୋଇଛି । ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଏହାକୁ ଲୋକାର୍ପିତ କରିଛନ୍ତି । ମାତ୍ର ୧୦ ଦିନ ଭିତରେ ଏହି ହସ୍ପିଟାଲକୁ ତିଆରି କରାଯାଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ କୋଭିଡ୍ କେୟାର ସେଣ୍ଟର । ଏଥିରେ ୧୦ ହଜାର ଶଯ୍ୟା ରହିଛି । କୋଭିଡ କେୟାର ସେଣ୍ଟରର ଲମ୍ବ ୧୭୦୦ ଫୁଟ ଏବଂ ଚଉଡା ୭୦୦ ଫୁଟ ବୋଲି ଜଣା ପଡିଛି । ପ୍ରାୟ ୨୦ଫୁଟବଲ ପଡିଆ ସହ ସମାନ ଏହି କୋଭିଡ କେୟାର ସେଣ୍ଟରରେ ୫୦ ଶଯ୍ୟା ବିଶିଷ୍ଟ ୨୦୦ ଏନକ୍ଲୋଜର ରହିଛି । କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହା ଦୁନିଆର ସବୁଠାରୁ ବଡ କୋଭିଡ କେୟାର ସେଣ୍ଟରର ଅଟେ । ଏହି କୋଭିଡ କେୟାର ସେଣ୍ଟରକୁ ଦିଲ୍ଲୀ ସରକାର ପ୍ରଶାସନିକ ସହାୟତା ପ୍ରଦାନ କରିଥିବାବେଳେ ଆଇଟିବିପି ଏହି କେନ୍ଦ୍ରର ନୋଡାଲ ଏଜେନ୍ସି ହେବ । ରାଧା ସୋମି ବିସର ଧାର୍ମିକ ସମ୍ପ୍ରଦାୟର ସ୍ୱେଚ୍ଛାସେବୀମାନେ ମଧ୍ୟ ଏହି କେନ୍ଦ୍ର ଚଳାଇବାରେ ସାହାଯ୍ୟ କରିବେ । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଏହି ପଦକ୍ଷପ ନିଆଯାଇଛି, ଯାହା ଦ୍ୱାରା ଏକା ସାଙ୍ଗରେ ୧୦,୦୦୦ କରୋନା ରୋଗୀ ନିଜର ଚିକିତ୍ସା କରାଇପାରିବେ ।
ଶନିବାର ଦିନ ଜାତୀୟ ରାଜଧାନୀରେ କୋଭିଡ -୧୯ର ୨,୫୦୫ ନୂତନ ମାମଲା ରେକର୍ଡ ହୋଇଥିଲା, ଯାହା ପରେ ସହରରେ ମୋଟ ସଂକ୍ରମଣ ସଂଖ୍ୟା ୯୭,୨୦୦କୁ ବୃଦ୍ଧି ପାଇଥିଲା । ଏହା ସହ ୨,୬୩୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ, ଯାହାକୁ ମିଶାଇ ଦିଲ୍ଲୀରେ ମୋଟ ସୁସ୍ଥ ସଂଖ୍ୟା ୬୮,୨୫୬ ରେ ପହଞ୍ଚିଥିଲା ।

hiranchal ad1
Leave A Reply

Your email address will not be published.

19 − 7 =