ଡ୍ରେନପାଣିରେ ଉବୁଟୁବୁ ସରକାରୀ କାର୍ଯ୍ୟାଳୟ ଓ ବାସଭବନ

0 869

ବୌଦ୍ଧ,୬/୭- ବୌଦ୍ଧ ନୂଆସାହି ଛକଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନ ନିର୍ମାଣ କରାଯାଇଛି । ଏହି ଡ୍ରେନରେ ଜଳ ନିଷ୍କାସନ ହେଉନଥିବା ଯୋଗୁଁ ଡ୍ରେନ ପାଣି ଉଛୁଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ଭିତରେ ପଶୁଥିବା ଜଣାପଡିଛି । ବୌଦ୍ଧ ସର୍କୀଟ୍ ହାଉସ୍ ପରିସରର ବର୍ଷାଜଳ ଡ୍ରେନରେ ଯାଇନପାରି ମୃତ୍ତିକା ସଂରକ୍ଷଣ ଏବଂ ଜଳ ବିଭାଜିକା କାର୍ଯ୍ୟାଳୟ ଓ ତତସଂଲଗ୍ନ ସରକାରୀ ବାସଭବନ ଭିତରେ ପଶି ଯାଇଥିବା ଜଣାପଡିଛି । ଦିନକୁ ଦିନ ରାସ୍ତା ଉଚ୍ଚ଼ ହେଉଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟ ଓ ବାସଭବନ ଗୁଡିକ ଖାଲରେ ରହୁଥିବାରୁ ବର୍ଷା ଜଳ ନିଷ୍କାସନ ହେଉନଥିବା ଓ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

five + 10 =