୨ ଟନ୍‌ ପିଆଜରେ ସାନ୍ତାକ୍ଲଜ

0 110

ପୁରୀ : ଖ୍ରୀଷ୍ଟମାସ ଅବସରରେ ବାଲୁକାକଳାରେ ଗିଫ୍ଟ ଏ ପ୍ଲାଣ୍ଟ , ଗ୍ରୀନ ଦ ଆର୍ଥର ବାର୍ତ୍ତା ।ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଗଢ଼ିଛନ୍ତି ବିଶ୍ୱର ସବୁଠାରୁ ବଡ ସାଣ୍ଟା କ୍ଲଜ୍‌ । ଯେଉଁଥିରେ ପ୍ରାୟ ୨ ଟନ୍‌ ଓଜନର ପିଆଜର ବ୍ୟବହାର ହୋଇଛି ।୧୦୦ ଫୁଟ୍‌ ଲମ୍ବା ଓ ୨୦ ଫୁଟ୍‌ ଉଚ୍ଚତାର ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ବାଲୁକାକଳା ଅନୁଷ୍ଠାନର ୩୧ ଜଣ ପିଲାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା । କ୍ରିସମାସ ଅବସରରେ ସାଂଟାକ୍ଲଜ୍‌ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ରହିଛି ସୁନ୍ଦର ବାର୍ତ୍ତା । ବାଲୁକା କଳାଟିରେ ସାଂଟାକ୍ଲଜ ନିଜେ ପୃଥିବୀକୁ ସବୁଜ କରିବା ପାଇଁ ଉପହାର ସ୍ୱରୂପ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ବାର୍ତ୍ତା ଦେବାର ଦେଖାଦେଇଛି ।ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ଯୋଡ଼ି ହେଇଛି ଆଉ ଏକ ନୂଆ ଆୱାର୍ଡ଼ world record books of India । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସୁଦର୍ଶନ ।

hiranchal ad1
Leave A Reply

Your email address will not be published.

2 × 4 =