କ୍ୱ।ଣ୍ଟମ୍ ଫିଜିକ୍ସରେ ଗବେଷଣା ପାଇଁ ଡେନମାର୍କ ଯିବାକୁ ମନୋନୀତ ହେଲେ ଶୁଭାଶିଷ

0 237

ସୋନପୁର : ଏକାଗ୍ରତା ଓ କଠିଣ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର।ଏକ ସରକାରୀ ଉପ୍ରା ସ୍କୁଲ ରୁ ପାଠ ଆରମ୍ଭ କରି ମଧ୍ୟ ଜୀବନରେ କିଛି ଗୋଟେ କରିପାରିବାର ଅଦମ୍ୟ ଉତ୍କଣ୍ଠା ବଳରେ ହିଁ ଆଜି କ୍ୱ।ଣ୍ଟମ୍ ଫିଜିକ୍ସ ରେ ଅଧିକ ଗବେଷଣା ପାଇଁ ସେ ଡେନମାର୍କ ଯିବାକୁ ସର୍ବ ଭାରତୀୟ ସ୍ତରରେ ମନୋନୀତ ହୋଇପାରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସୋନପୁର ର ଶୁଭାଶିଷ ବାରିକ। ଗତକାଲି ସହରର ପଦ୍ମିନୀ ଦେବୀ କଲେଜ ଠାରେ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭାଶିଷ ଙ୍କୁ ସମ୍ବର୍ଦ୍ଧନା ଦେବାସହ ଆଗାମୀ ଦିନରେ ତାଙ୍କର ସଫଳତା କାମନା କରିଛନ୍ତି।ଏହାର ପ୍ରତ୍ୟୁତ୍ତର ରେ ଶୁଭାଶିଷ ମଧ୍ୟ କଠିଣ ପରିଶ୍ରମ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହ ଦେଶ ତଥା ସୁବର୍ଣ୍ଣପୁର ଜିଲ୍ଲାର ଗୌରବ ବଢ଼ାଇବି ବୋଲି ସମସ୍ତଙ୍କ ଆଶିର୍ବାଦ ଲୋଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ପର୍ଯାୟକ୍ରମେ ପ୍ରଥମେ ଏକ ସରକାରୀ ସ୍କୁଲ ପରେ ସରସ୍ୱତୀ ଶିଶୁ ମନ୍ଦିର ରୁ ସେ ଜବାହର ନବୋଦୟ ବିଦ୍ୟାଳୟ ରୁ ବିଜେବି କଲେଜରେ ପଢ଼ି ଖ୍ରୀଷ୍ଟ ୟୁନିଭରସିଟି ବାଙ୍ଗାଲୋର ରେ ସ୍ମାତକ ଆଇ ଆଇ ଟି ରୋପର୍ ପଞାବରେ ସ୍ମାତକୋତ୍ତର ପଢ଼ିବା ପରେ ଆଇଆଇଏସ୍ଇଆର୍ କୋଲକାତା ରେ ରିସର୍ଚ୍ଚ ଆସିସ୍ଟାଣ୍ଟ ଭାବରେ ସେ କର୍ତ୍ତବ୍ୟ ରତଥିଲେ। କ୍ରମାଗତ ଭାବେ ପଦାର୍ଥ ବିଜ୍ଞାନରେ ତାଙ୍କର ମନୋନିବେଶ ଯୋଗୁଁ ସେ ଏବେ ସର୍ବଭାରତୀୟ ସ୍ତରରେ ଅଧିକ ଗବେଷଣା ପାଇଁ ଡେନମାର୍କ ର କୋପେନହେଗେନ ଯିବାକୁ ମନୋନୀତ ହୋଇଛନ୍ତି। ଏଥିପାଇଁ ଆଗାମୀ ୧୦ ତାରିଖରେ ନୁଆଦିଲ୍ଲୀ ରୁ ଡେନମାର୍କ ଯିବେ। ସେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ ଓ ଶିକ୍ଷୟତ୍ରୀ ଶିବାନୀ ବାରିକ ଙ୍କ କନିଷ୍ଠ ପୁଅ ଅଟନ୍ତି। ଏକ୍ଷେତ୍ରରେ ଶୁଭାଶିଷ ତାଙ୍କର ସର୍ବଶ୍ରେଷ୍ଠ ସଫଳତା ପାଆନ୍ତୁ ବୋଲି ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଓ ଶୁଭେଚ୍ଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

twenty − eight =