ସମୁଦ୍ରରେ ବୁଡି ଯାଉଥିଲେ, ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ

0 74

ପୁରୀ : ବେଳାଭୂମିରେ ସ୍ନାନ କରିବା ସମୟରେ ବୁଡିଯାଉଥିବା ତିନିଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଚୈତନ୍ୟ ଛକ ୯ ନମ୍ବର ସେକ୍ଟରରେ ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ ଝାଡ଼ଖଣ୍ଡରୁ ଆସିଥିବା ତିନିଜଣ ପର୍ଯ୍ୟଟକ । ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଲାଇଫଗାର୍ଡ ମାନଙ୍କୁ ଅବଗତ କରାଇବା ପରେ ଲାଇଫଗାର୍ଡ ମାନେ ସେମାନଙ୍କୁ ସମୁଦ୍ର ଭିତରୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ସମସ୍ତ ତିନିଜଣ ପର୍ଯ୍ୟଟକ ଏବେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ଉଦ୍ଧାର ପର୍ଯ୍ୟଟକ ମାନେ ଝାଡଖଣ୍ଡ ଧନବାଦ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଓ ଅନ୍ୟ ଦୁଇଜଣ ପ୍ରାପ୍ତ ବୟସ୍କ ଅଟନ୍ତି ।

hiranchal ad1
Leave A Reply

Your email address will not be published.

five × five =