ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍

0 71

ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଉତ୍ତେଜନା ହ୍ରାସ ପାଇଁ ସେଠାରେ ବଫର ଜୋନ୍ ସୃଷ୍ଟି କରାଯାଇଛି । ପରସ୍ପର ମଧ୍ୟରେ ସମଦୂରତା ବଜାୟ ରଖିବା ଲାଗି ବଫର ଜୋନ୍ ସୃଷ୍ଟି କରାଯାଇଛି । ଏହି ଘଟଣାକୁ ଭାରତର ଏକ ବଡ଼ କୂଟନୈତିକ ସଫଳତା ବୋଲି ବିବେଚନା କରାଯାଉଛି । ପ୍ରାୟ ଦୁଇ ମାସ ଧରି ପୂର୍ବ ଲଦାଖରେ ବାରମ୍ବାର ଉତ୍ତେଜନା ସୃଷ୍ଟି ହୋଇଆସୁଥିଲା । ପ୍ରଥମେ ଚୀନ୍ ସୈନିକମାନେ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରୁଥିଲେ । ସେମାନଙ୍କୁ ରୋକିବାକୁ ଭାରତୀୟ ଯବାନ୍ମାନେ ଉଦ୍ୟମ କଲେ ତାହାକୁ ଚୀନ୍ ବରଦାସ୍ତ ନକରି ସଂଘର୍ଷ କରୁଥିଲା । ଗତ ଜୁନ୍ ୧୫ ତାରିଖରେ ଏଭଳି ଏକ ସଂଘର୍ଷ ହୋଇଥିଲା, ଯେଉଁଥିରେ ୨୦ ଜଣ ଯବାନ୍ ସହିଦ୍ ହୋଇଥିଲେ । ଏଲଏସିରେ ଥିବା ଗଲୱାନ ଘାଟିରେ ଗତ ଜୁନ ୧୫ ତାରିଖରେ ରକ୍ତାକ୍ତ ହିଂସା ଦେରିଖିବାକୁ ମିଳିଥିଲା । ଏବେ ଏହି ସ୍ଥାନରୁ ଚୀନ ସେନା ପଛକୁ ହଟିଛି । ସୂଚନାନୁୁସାରେ, ଉଭୟ ଦେଶର ସେନା ରିଲୋକେସନ୍ ଉପରେ ସହମତି ପ୍ରକାଶ କରିଛି । ଏବେ ଗଲୱାନ ଘାଟି ନିକଟରେ ବଫର୍ ଜୋନ୍ କରାଯାଇଛି ଯେପରି କୌଣସି ହିଂସା ଘଟିବ ନାହିଁ ।
ଚୀନ ସେନା ନିଜର ଟେଣ୍ଟ୍, ଗାଡି ଓ ସୈନିକଙ୍କୁ ପଛକୁ ହଟାଇବା ଆରମ୍ଭ କରିଛି । କମାଣ୍ଡୋସ୍ତରୀୟ ବୈଠକରେ ଏହି ସହମତି ପ୍ରକାଶ ପାଇଥିଲା । ତେବେ ଗଲୱାନୀ ଘାଟି ପଛକୁ ଚୀନ ନିଜର କ୍ୟାମ୍ପ୍ ଉଠାଇନାହିଁ । ଯାହାକୁ ନେଇ ଆଗକୁ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ସେପଟେ ଚୀନ୍ ସହ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କୁ ଭେଟିଥିଲେ । ରଷ୍ଟ୍ରପତି ଭବନରେ ପ୍ରାୟ ଅଧଘଣ୍ଟାର ଏହି ସାକ୍ଷାତ ଆଲୋଚନାରେ ରାଷ୍ଟ୍ରପତିଙ୍କୁ ଚୀନ୍ ସମେତ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚୀତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × four =