ଉଦଯାପିତ ହେଲା ନବୀନ ଓଡିଶା କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ

0 182

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଉଦଯାପିତ ହେଲା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟ କ୍ରମ । ବିଧାୟକ ରମେଶ ଚନ୍ଦ୍ର ବେହେରା ପତାକା ଉତ୍ତୋଳନ କରି ଆଜିର ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ମାନ୍ୟବର ନବୀନ ପଟ୍ଟନାୟକଙ୍କ ଏକ ଯୁଗାନ୍ତକାରି ପଦକ୍ଷେପ ସମନ୍ୱିତ ଯୁବ ବିକାଶ ଯୋଜନା ମାଧ୍ୟମରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା । ଅନ୍ତର୍ନିହତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ କ୍ରୀଡା ପ୍ରତିଯୋଗୀତା କରୁଛନ୍ତି । ସୁସ୍ଥ ଶରୀର ସୁସ୍ଥ ମନ ପାଇଁ କ୍ରୀଡା ନିହାତି ଆବଶ୍ୟକ ଯାହାକି ପାଠ ପଢିବାରେ ଆଗ୍ରହ ସୃଷ୍ଟି କରିଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଗାଁ ସଦର ମହକୁମାରେ ଥିବାଗ୍ରାମ ଗୁଡିକ ମଧ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସମୁଖରୁ ଏକ ସଚେତନତା ଶୋଭାଯାତ୍ରା ନୂଆଗାଁ,ନୂଆସହୀ, ଅମବାଝରୀ ଗ୍ରାମ ପର୍ଯ୍ୟନ୍ତ ହୋଇଥିଲା । ବାଲ୍ୟବିବାହ ଓ ନିରାକାନ, ଯୌତୁକପ୍ରଥା,ସଡକ ସୁରକ୍ଷା ,ନିଶାନିବାରଣ ଉପରେ ସଚେତନ କରିବା ଏହି କାର୍ଯ୍ୟ କ୍ରମର ମୂଳଲକ୍ଷ୍ୟ । କିଭଳି ସମାଜର ସର୍ବସାଧାରଣ ଏହି ସବୁ ଦିଗରେ ସଚେତନ ହୋଇପାରିବେ । ବିଦ୍ୟାଳୟ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା,ନୃତ୍ୟ ପ୍ରତିଯୋଗୀତା କରଯାଇଥିଲା ।
ଆଜିର ଉଦ୍‌ଯାପନୀ ସଭାରେ ମାନ୍ୟବର ବିଧାୟକ ରମେଶଚନ୍ଦ୍ର ବେହେରା ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ଏହି କାର୍ଯ୍ୟ କ୍ରମର ଆଭିମୁଖ୍ୟ କଣ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଛାତ୍ରଛାତ୍ରୀ ଉନ୍ନତି ପାଇଁ ବୁଝାଇଥିଲେ । ସଚେତନତା ମୂଳକ ଶ୍ରେଷ୍ଠ ଗୀତିନାଟ୍ୟ ଲେଖା ଓ ନିର୍ଦ୍ଦେଶନା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କୁ ସଭାବରେ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ସମାଜସେବୀ ଶଂକର୍ଷଣ ବେହେରା ,ଅବସରପ୍ରାପ୍ତ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ, ସମାଜସେବୀ ଦିଲୀପ ଦଳବେହେରା ,ଉଚ୍ଚ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମହେଶ୍ୱର ପ୍ରଧାନ, ଓଡିଆ ଅଧ୍ୟାପକ ବିଜୟ କୁମାର ସାହୁ ,ଶିକ୍ଷା ଅଧ୍ୟାପକ ଜୟକୃଷ୍ଣ ସାହୁ ,ଅର୍ଥନୀତି ଅଧ୍ୟାପିକା ମଧୁଲତା ପଟ୍ଟନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପକ ସତ୍ୟସ୍ୱାଗତ ସାହୁ, କ୍ରୀଡା ଶିକ୍ଷକ ପ୍ରଦୀପ ଖଣ୍ଡୁଅଲ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eight + six =