ପ୍ରତ୍ୟକ୍ଷ ମା’ ବାଙ୍କଦେବୀ ଯାତ୍ରା ଉଦଯାପିତ

0 179

ହରଭଙ୍ଗା :ବୌଦ୍ଧ ଜିଲ୍ଲାର ଐତିହ୍ୟ ପରମ୍ପରା ବିଚାରକୁ ନେଲେ୧୮୦୦ ଶତାଦ୍ଧୀରୁ ପୂଜା ପାଇ ଆସୁଥିବା ପ୍ରତ୍ୟକ୍ଷ ମା ବାଙ୍କଦେଇଙ୍କ କରୁଣା ଅତୁଳନୀୟ । ଶତାଦ୍ଦୀ ଧରି ଚାଲୁ ରହିଥିବା ରୀତିନୀତିରେ ମା ବାଙ୍କଦେବୀ ହରଭଙ୍ଗା ବ୍ଲକ କୁମାରୀ ଗ୍ରାମରେ ଅଂଚଳ ଏକ ଗୁପ୍ତ ପାହାଡ଼ରେ ମା ବର୍ଷକୁ ଥରେ ପୂଜା ପାଆନ୍ତି । ଚଳିତ ବର୍ଷ ମଧ୍ୟ ମାଙ୍କ ପର୍ବ ରୀତିନୀତି ଅନୁଯାଇ ତିନିଦିନ ଧରି ପାଳିତ ହେବା ସହିତ ଆଜି ଉଦଯାପିତ ହୋଇଛି । ମାଙ୍କ ଯାତ୍ରା ଉଦଘାଟନୀ ଉତ୍ସବରେ ଓଡିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ମା’ଙ୍କ ପୂଜା ଅର୍ଚ୍ଚନାରେ ଯୋଗ ଦେଇଥିଲେ । ଦ୍ୱିତୀୟ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ପାହାଡ଼ ଉହାଡ଼ରେ ଥିବା ମା’ ବାଙ୍କଦେବୀଙ୍କ ପୀଠସ୍ଥଳୀରେ ସମାଗମ ହୋଇ ମୂଳପୂଜାରେ ପୂଜାର୍ଚ୍ଚନା କରିଥିଲେ । ଆଜି ତୃତୀୟ ଦିନରେ ମୁଖ୍ୟ ପୂଜକ ଦେହୁରୀ ସମ୍ପ୍ରଦାୟ ଲୋକମାନେ ଏକ ଶୋଭାଯାତ୍ରାରେ ପୀଠ ସ୍ଥଳରୁ ଗ୍ରାମର ମାଙ୍କ ଗୁଢ଼ୀଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଉତ୍ସବରେ ମୀନବଜାର, ଚଟାପଟି ଖାଦ୍ୟ ସାଙ୍ଗକୁ ତିନିଦିନ ଧରି ଅପେରା “ରଙ୍ଗମହଲ’ର ସାଂସ୍କୃତିକ କାର୍ଯ୍ୟକ୍ରମ ଅଞ୍ଚଳର ଦର୍ଶକ ମନଭରି ଉପଭୋଗ କରିଥିଲେ । ତ୍ରିନାଥ ସାଂସ୍କୃତିକ ଯୁବ ପରିଷଦ ଓ ଗ୍ରାମ୍ୟ ପୂଜା କମିଟି ଏହି ଯାତ୍ରା ସୁପରିଚାଳନା କରିଥିବାର ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

eleven + 19 =