ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଯାଇଛି । ତା’ ସଙ୍ଗେ ସଙ୍ଗେ ହରଭଙ୍ଗୀ ଜଳଭଣ୍ଡାରେ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ମାଛ ଛଡ଼ାଗଲା । ଏହି କାର୍ଯ୍ୟକ୍ରମରେ ସୁରେଶ ଚନ୍ଦ୍ର ବେହେରା, ମତ୍ସ୍ୟ ଉପ ନିର୍ଦ୍ଦେଶକ, ଶ୍ରୀମତୀ ଲିସା ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଓ ହରଭଙ୍ଗୀ ପିଏଫ୍ସିଏସ୍ର ବହୁ ସଦସ୍ୟ ଉପସ୍ଥିତ ଥିଲେ ।