ଘୁ ଉଦୟଗିରି :ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ବିଭାଗର ମିଳିତ ସହଯୋଗରେ ସ୍ଥାନୀୟ ଶ୍ରୀରାମପଦାଠାରେ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ଦାସ, କନେଷ୍ଟେବଲ ଜ୍ୟୋତି ରଞ୍ଜନ ପରିଡ଼ା ଓ ସ୍ଥାନୀୟ ପୋଲିସ ଏସଆଇ କାମରାଜୁ ରେଡିଙ୍କ ନେତୃତ୍ୱରେ ସମସ୍ତ ଯାନବାହନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଚାଳକମାନଙ୍କ ଲାଇସେନ୍ସ, ହେଲମେଟ, ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଇନ୍ସୁରାନ୍ସ କାଗଜ ପତ୍ର ଯାଞ୍ଚ କରାଯାଇଥିବା ସହ ମଦ୍ୟପ ଚାଳକ ମାନଙ୍କୁ ପରୀକ୍ଷା କରି ଫାଇନ କରାଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ୩୬ ଟି ଗାଡ଼ି ଓ ଚାଳକ ଯାଞ୍ଚର ସମ୍ମୁଖୀନ ହୋଇଥିଲେ । କିଛି ଚାଳକ ବିନା ହେଲମେଟରେ ଗାଡ଼ି ଚାଳନା କରୁଥିବା ଓ ଗାଡ଼ି ଗୁଡ଼ିକର ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯୋଗୁଁ ଯାଞ୍ଚ ବେଳେ ପ୍ରାୟ ୧ ଲକ୍ଷ ୭୯ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ବେଳେ ୩ ଜଣ ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ଜୋରିମାନା ଭରିଥିଲେ । ଆଗକୁ ମଧ୍ୟ ପରିବହନ ବିଭାଗ ଓ ସ୍ଥାନୀୟ ପୋଲିସ ବାହିନୀର ମିଳିତ ସହଯୋଗରେ ପ୍ରତ୍ୟେକ ମାସ ଏହିପରି ଅତର୍କିତ ଗାଡ଼ି ମୋଟର ଯାଞ୍ଚ କରାଯାଇ ବିନା କାଗଜ ପତ୍ରରେ ବେଆଇନ ଭାବେ ଗାଡ଼ି ମୋଟର ଚାଳନା କରୁଥିବା ଚାଳକମାନଙ୍କୁ ଦଣ୍ଡିତ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।