ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

0 105

ବାଲିଗୁଡା: ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ବରୁ ସଜାଗ ହେଉଛି ବନ ବିଭାଗ ବାଲିଗୁଡ଼ା ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ସୁଡ୍ରା ସେକ୍ସନଠାରେ ବନପାଳ ଟି କେଶ୍ୱର ବେହେରା, ବନରକ୍ଷୀ ସଞ୍ଜୀବ କୁମାର ବିଶୀମଝି, ବନରକ୍ଷୀ ସୁଜାତା ସାହୁ, ସନ୍ଦୀପ କୁମାର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଡ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷରୁ ନିବୃତ ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାଲିଗୁଡ଼ା ଡିଭିଜନ ଅଫିସର ଏସିଏଫ୍‌ ପ୍ରଫୁଲ୍ଲ ମଲିକ ସମ୍ମାନୀତ ଅତିଥି ଭାବେ ଅତୁଲ୍ୟ କୁମାର ମହାନ୍ତି ସରପଂଚ ସରୋଜିନୀ ମଲିକ ଯୋଗ ଦେଉଥିବା ବେଳେ ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ୱାର୍ଡ ମେମ୍ବର ଉଚ୍ଚ ବିଦ୍ୟାଳୟ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅନ୍ତେବାସୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜଙ୍ଗଲକୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଫାୟାର ସ୍କ୍ୱାର୍ଡ ସହଯୋଗ କରିଥିଲେ । ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ରଚିତ ପଥପ୍ରନ୍ତ ନାଟକ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମରେ ଜଙ୍ଗଲ ନିଆଁ ନିରାକରଣ ପୋଡୁଚାଷ ବନ୍ୟପ୍ରାଣୀ ସୁରକ୍ଷା ବୃକ୍ଷରୋପଣ ଉପରେ ସଚେତନତା ସୃଷ୍ଟି କରିଥିଲେ । ବାଦ୍ୟ ଯନ୍ତ୍ରରେ ସଚିଦାନନ୍ଦ ପାତ୍ର ଗୀତ ସଙ୍ଗୀତରେ ଅଶୋକ ଦଣ୍ଡସେନା ପରିଚାଳନା କରିଥିବା ବେଳେ ବିଭିନ୍ନ ଭୂମିକାରେ ବୁନା ଗାୟତ୍ରୀ ବିକାଶ ଅକ୍ଷୟ ଅଭିନୟ କରିଥିଲେ । ଅନୁଷ୍ଠାନର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ଜଗନ୍ନାଥ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one + thirteen =