ନୂଆ -ଓ ନୂଆ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ

0 61

ନୂଆଗାଁ,୧୨/୧:- ନୟାଗଡ ଜିଲ୍ଲା ନୂଆ – ଓ ନୂଆ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ । ଛାତ୍ରଛାତ୍ରୀମାନେ କିଭଳି ସମୟାନବର୍ତ୍ତିତା ଶିଖି ପାରିବେ, ତାହା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାଣ୍ଡିଆନ କହିଥିଲେ । ବିଦ୍ୟାଳୟ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି ।୧୧ ଟି ମେଡିକାଲ କଲେଜ ରାଜ୍ୟରେ ଖୋଲିଛି । ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ କାର୍ଯ୍ୟ କରିଛନ୍ତି । ନିଯୁକ୍ତି ଆଣିବାରେ ଶିଳ୍ପ, ଆଇଟି କ୍ଷେତ୍ରରେ ବିଶାଳ କାର୍ଯ୍ୟ କରାଯାଇଛି । ଅନେକ ନାମୀ ଦାମୀ କମ୍ପାନୀ ଓଡ଼ିଶାକୁ ଆସିଛନ୍ତି ବୋଲି ଅଧ୍ୟକ୍ଷ କହିଥିଲେ । ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କ୍ଷେତ୍ରଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଭିମାନ ଓଡ଼ିଆ ଭାବେ ବଞ୍ଚିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା କହିଥିଲେ । ଛାତ୍ରଛାତ୍ରୀମାନେ ନୀତିବାନ ହେବାକୁ ସଂକଳ୍ପ କରିବା ଆବଶ୍ୟକ ବୋଲି ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ । ଆମ ରାଜ୍ୟରେ ୫ ଟି ଏକ ବିପ୍ଳବରେ ପରିଣତ ହୋଇଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ । ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାର ନେତୃତ୍ୱ ନେଇ ଓଡ଼ିଶାକୁ ଆଗକୁ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ନୂଆ କଥା ଶିଖିବା, ନୂଆ କଥା ଦେଖିବା, ନୂଆ କାର୍ଯ୍ୟ କରିବା ପାଇଁ ନୂଆ ଓ କାର୍ଯ୍ୟକ୍ରମ ସୁଯୋଗ ଦେଇଛି । ଆନୁଷ୍ଠାନିକ ଶିକ୍ଷାରେ ସୀମିତ ନରହି, ବ୍ୟକ୍ତିଗତ ଅନ୍ତର୍ନିହିତ ପ୍ରତିଭାକୁ ଆଗକୁ ଆଣିବା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଥିଲେ । ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଡେପୁଟି କଲେକ୍ଟର ତପସ୍ୱିନୀ ହାସଁଦା ପ୍ରମୂଖ ସାମିଲ ହୋଇଥିଲେ । ନୟାଗଡ ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

13 + twenty =