ଆଜି ୬ଟି ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁରରେ ମୋଟ ସଂଖ୍ୟା ହେଲା ୧୦୪ ଭିସୁଟରେ ଗୋଷ୍ଠୀ ସଂକ୍ରମଣ ବଢିବାରୁ ଛନକା

0 99

ସମ୍ବଲପୁର,୭/୭- ଆଜି ୬ଜଣ ନୂଆ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ଶତକ ପାର୍ କରିବା ସହିତ ୧୦୪ରେ ପହଞ୍ଚିଛି । ଗତ ତିନି ଦିନ ହେଲା ଏହି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ସହିତ ଗୋଷ୍ଠୀ ସଂକ୍ରମଣ ମାମଲା ମଧ୍ୟ ଦେଖାଦେଇଛି, ଯାହାକି ପୂର୍ବରୁ ଏଠାରେ ଦେଖାଯାଇ ନଥିଲା । ଗତକାଲି ଓ ତାପୂର୍ବଦିନ ଯଥାକ୍ରମେ ୧୫ ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବାରୁ ଏଠାରେ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏନେଇ ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବୁର୍ଲାସ୍ଥିତ ଭିସୁଟରେ ୪ଟି ଗୋଷ୍ଠୀ ସଂକ୍ରମଣ ମାମଲା ସାମନାକୁ ଆସିଛି । ସେଠାରେ ଜଣେ ୨୯ବର୍ଷୀୟା ମହିଳାଙ୍କ ସମେତ ଯଥାକ୍ରମେ ୩୨,୩୩ ଓ ୩୮ ବର୍ଷୀୟ ତିନି ଜଣ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତି ଅନୁମାନ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରତିଷେଧାତ୍ମକ ରୂପେ ଆଜିଠାରୁ ଶନିବାର ଦିନ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳକ ଓ ଯୁଯୁମୁରା ବ୍ଲକରେ ଜଣେ ୨୪ ବର୍ଷୀୟା ମହିଳା ମଧ୍ୟ ଆଜି ଚିହ୍ନଟ ହୋଇଛନ୍ତି । ଏମାନଙ୍କ କାହାରି ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ସେମାନେ ସମସ୍ତେ ପଜିଟିଭ ଜଣାପଡିଥିଲେ । ଏ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ବିସ୍ତୃତ ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

3 + 20 =