ରାଜ୍ୟରେ ସକ୍ରିୟ ଗୁରୁଚାପ ବଳୟ,ଯାହା ପ୍ରଭାବରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝିପି ବର୍ଷା ଲାଗି ରହିବା ସହ କୋହଲା ପାଗ ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରପଡ଼ା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଝିପି ଝିପି ବର୍ଷା ଲାଗି ରହିବ ।ବର୍ଷା ଛାଡିବାପରେ ପୁଣି ରାଜ୍ୟରେ ଶୀତ ଲହରୀ ଫେରିବାର ସମ୍ଭାବନା ରହିଛି । ଗତ ଦୁଇ ଦିନ ହେଲ ରାଜ୍ୟର ଅନେକ ସ୍ଥାନରେ ପାଗ କୋହଲା ରହିବା ସହ ବର୍ଷା ଜାରି ରହିଛି । ଆସନ୍ତା ୨୫ତାରିଖ ଯାଏଁ ଗୁରୁଚାପ ବଳୟ ସକ୍ରିୟ ରହିବ ଯାହା ଫଳରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ । ୨୬ ତାରିଖପରେ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି ।
ସେହିପରି ଆଜି ଘନ କୁହୁଡି ନେଇ କିଛି କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଛି । ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାକୁ ଘନ କୁହୁ଼ଡି ନେଇ ପାଣିପାଗ ବିଭାଗ ପକ୍ଷକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ ହିରାଞ୍ଚଳ ଲାଇଭ୍