ଚିନ୍ତା ବଢ଼ାଉଛି ବାରମ୍ବାର ଭୂମିକମ୍ପ

0 67

ନୂଆଦିଲ୍ଲୀ : ଦେଶରେ ବାରମ୍ବାର ଭୂମିକମ୍ପ ଏବେ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ କିଛିମାସ ମଧ୍ୟରେ ଉତ୍ତର ଭାରତରେ ଏକାଧିକବାର ଭୂମିକମ୍ପ ହୋଇଛି । ଜୁନ୍ ୨୬ରେ ସର୍ବାଧିକ ଭୂମିକମ୍ପ ହୋଇଥିଲା । ସେହିଦିନ ୧୦ ଥର ଭୂମିକମ୍ପ ହୋଇଥିବାର ରେକଡର଼୍ ରହିଛି । ଆଜି ଭୋରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଅରୁଣାଚଳ ପ୍ରଦେଶର ତବାଙ୍ଗ ଅଞ୍ଚଳରେ ହୋଇଥିବା ଏହି ଭୂମିକମ୍ପ ଅଞ୍ଚଳ ତୀବ୍ରତା ୩.୪ ଥିଲା । ଶୋଇଥିବା ଅବସ୍ଥାରେ ଭୂମିକମ୍ପ ହୋଇଥିାରୁ ହଠାତ୍ କେହି କିଛି ଜାଣିପାରି ନଥିଲେ । ତେବେ ଏହା କମ୍ ତୀବ୍ରତାର ହୋଇଥିବାରୁ ବିଶେଷ କିଛି କ୍ଷତି ହୋଇନାହିଁ ।
ଭାରତରେ ପ୍ରତିଦିନ ୩ରୁ ୪ଥର ଭୂମିକମ୍ପ ହୋଇଛି । ସବୁଠାରୁ ଅଧିକ ଭୂମିକମ୍ପ ଜୁନ ୨୬ରେ ହୋଇଥିଲା । ଏହିଦିନନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୧୦ ଥର ଭୂମିକମ୍ପ ହୋଇଥିଲା । ଗତ ଜୁନ ୨୬ରେ ମିଜୋରାମ, ମେଘାଳୟ, ଲଦାଖ, ହରିୟାଣାରେ ଥରେ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀରରେ ୬ଥର ଭୂମିକମ୍ପ ହୋଇଥିଲା । ଜୁନ ୨୮ରେ ମଣିପୁରରେ ୨, ମେଘାଳୟରେ ଓ ଆଣ୍ଡାମାନରେ ଥରଟିଏ ଭୂମିକମ୍ପର ଝଟକା ଲାଗିଥିଲା । ସେହିପରି ଜୁନ୩୦ରେ ହରିୟାଣରେ ୨, ଜମ୍ମୁ-କାଶ୍ମୀରରେ ଥରେ ଭୂମିକମ୍ପର ଝଟକା ଲାଗିଥିଲା । ଏତତ୍ ବ୍ୟତୀତ ଜୁଲାଇ ୧ରେ ମେଘାଳୟରେ ୨, ଜମ୍ମୁ-କାଶ୍ମୀରରେ ଥରଟିଏ ଝଟକା ଲାଗିଛି । ଜୁଲାଇ ୨ରେ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଅର୍ଥାତ ୩ ତାରିଖରେ ମିଜୋରାମ ଓ ଦିଲ୍ଲୀରେ ଭୂମିକମ୍ପର ଝଟକା ଲାଗିଛି ।
ଗତ ଶୁକ୍ରବାର ଜିଲ୍ଲୀରେ ଝଟକା ଲାଗିଥିବା ଭୂମିକମ୍ପର କେନ୍ଦ୍ରସ୍ଥଳୀ ହେଉଛି ରାଜସ୍ଥାନର ଅଲୱାର । ଉତ୍ତରଭାରତର କିଛି ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦରେ ମଧ୍ୟ ଝଟକା ଲାଗିଛି । ଏତେଥର ଭୂମିକମ୍ପ ପରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ସେହିପରି ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗୁଜରାଟର କଚ୍ଛ୍ରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଝଟକା ଲାଗିଥିଲା ।

hiranchal ad1
Leave A Reply

Your email address will not be published.

17 − 7 =