ଓୟୁଜେ କନ୍ଧମାଳ ପକ୍ଷରୁ ସ୍ମାରକପତ୍ର

0 72

ଫୁଲବାଣୀ ୬ ।୨ : ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଦାବିରେ, ଓଡିଶା ସାମ୍ବାଦିକ ୟୁନିଅନ୍‌ କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ତାଙ୍କର କାର୍ଯ୍ୟାଳୟରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ୟୁନିଅନ୍‌ ସଭାପତି ଅଶୋକ କୁମାର ମହାନ୍ତି ଏବଂ ଓଡିଶା ସାମ୍ବାଦିକ ୟୁନିଅନ୍‌ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ସହିତ ସହସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାଂଗଠନିକ ସମ୍ପାଦକ ଭି ଲୋକନାଥ ରାଜୁ, ଆଇନ ପରାମର୍ଶଦାତା ବିରେନ୍ଦ୍ର ସୁବୁଦ୍ଧି, ଶିବପ୍ରସାଦ ବିଶ୍ୱାଳ, ସୁଧୀର କୁମାର ମହାରଣା, ସନ୍ତୋଷ କୁମାର ବେହେରା, ଶିବ ପ୍ରସାଦ ନାୟକ ହୁରଞ୍ଜନ ସେଠୀଙ୍କ ସମେତ ଅନେକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଦୀର୍ଘ ଦିନ ହେଲା ଓଡିଶା ସାମ୍ବାଦିକ ୟୁନିଅନ୍‌ ପକ୍ଷରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ସେମାନଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରିବା, କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସମୟରେ ସେମାନଙ୍କୁ ଆକ୍ରମଣର ଶୀକାର ହେବାକୁ ପଡୁଛି ଏପରିକି ରାଜ୍ୟ ଏବଂ ଦେଶରେ କେତେକ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ହତ୍ୟାର ଶୀକାର ହେବାକୁ ପଡୁଛି ତେଣୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଓ ରାଜ୍ୟରେ ଦୀର୍ଘ ବର୍ଷ ଧରି ସାମ୍ବାଦିକ ସ୍ୱୀକୃତି କମିଟି ନ ବସିଥିବା ଯୋଗୁଁ ଅନେକ କାର୍ଯ୍ୟରତ ସାମ୍ବାଦିକ ଏହି ସୁବିଧାରୁ ବଞ୍ଚିତ ହେଉଥିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ଓୟୁଜେ ପକ୍ଷରୁ ଦାବି ହୋଇ ଆସୁଥିଲା । ଦେଶର କିଛି ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ୍‌ ପ୍ରଦାନ କରାଯାଉଛି । ହେଲେ ଆମ ରାଜ୍ୟରେ ଏହା ଲାଗୁ କରାଯିବା ସହ ତୁରନ୍ତ ଏକ୍ରେଡିସନ କମିଟି ବସା ଯିବା ଭଳି ବିଭିନ୍ନ ଦାବୀରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା (ଓୟୁଜେ) ଶାଖା ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen − nine =