ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଇଁ କମିଶନ ଓ ଅଧିକାରୀମାନେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ନିର୍ବାଚନ ସମୀକ୍ଷା କରିବେ ନିର୍ବାଚନ କମିସନ । ଏହି ସମୟରେ ସେ ରାଜ୍ୟ ପଦଧିକାରୀମାନଙ୍କ ସହ ସମୀକ୍ଷା କରିବେ । ସେହିପରି ରାଜନୈତୀକ ଦଳ ସହ ମଧ୍ୟ ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରାଯାଇପାରନ୍ତି ।ସୂଚନାଥାଉ ଯେ, ଓଡ଼ିଶା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ ନିର୍ବାଚନ ଆୟୋଗ । ନିଜ ଗସ୍ତ ସମୟରେ ଗଣମାଧ୍ୟମ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ନିର୍ବାଚନ ସମୟରେ କିପରି ସୁରକ୍ଷା ବ୍ୟବସ୍ଥା ରହିବ ସେ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯିବ ଏବଂ ଅଧିକରୁ ଅଧିକ ଲୋକେ କିପରି ମତଦାନ କରିବେ ସେ ଦିଗରେ ମଧ୍ୟ ସମୀକ୍ଷା କରାଯାଇପାରେ ।