ପୁରୀ : ଶ୍ରୀପଞ୍ଚମୀରେ ହେବ ରଥ କାଠ ଅନୁକୂଳ । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡର ଦଶପଲ୍ଲା ଅଞ୍ଚଳରୁ ଏହି କାଠ ପୁରୀରେ ଆସି ପହଞ୍ଚିଛି । ସମୁଦାୟ ୧୦୨ଖଣ୍ଡ କାଠ ଗଣ୍ଡି ଆସିଥିବା ବେଳେ ଏଥି ମଧ୍ୟରେ ୫୦ଟି ଅସନ ଓ ୫୨ ଟି ଧଉରା ରହିଛି । ଆସନ୍ତା ସରସ୍ୱତୀ ପୂଜା ଦିନ ତିନୋଟି ଧାଉରା ଗଣ୍ଡି ପୂଜାର୍ଚ୍ଚନା କରାଯାଇ ରଥ କାଠ ଅନୁକୂଳ କରାଯିବ । ରଥ ନିର୍ମାଣ ପାଇଁ ୮୬୫ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବବର୍ଷର ୫୩ ଟି ବଳକା କାଠ ରହିଅଛି । ଚଳିତ ବର୍ଷ ୮୧୨ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ଖଣ୍ଡ କାଠ ଆସି ପହଞ୍ଚିଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କାଠ ଆସି ପହଞ୍ଚିବ ବୋଲି ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।