ଜିଏମୟୁର ୫ମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ପ୍ରଶାସନିକ ଭବନର ଭିତ୍ତିପ୍ରସ୍ତର

0 88

ସମ୍ୱଲପୁର,୮/୭- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମୟୁ)ର ପଞ୍ଚମ ପ୍ରତିଷ୍ଠା ଦିବସ ଓ ପ୍ରାକ୍ତନ ଜିଏମ କଲେଜର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ଏହାର ନୂତନ ପ୍ରଶାସନିକ ଭବନ ପାଇଁ ଭିତ୍ତିପ୍ରସ୍ତର ଦିଆଯାଇଛି । ତିନିତଳ ବିଶିଷ୍ଟ ଏହି ଭବନର ବ୍ୟୟ ଅଟକଳ ୮କୋଟି ଟଙ୍କା ରଖାଯାଇଛି, ଯାହାକି ବର୍ତ୍ତମାନ ସେଠାକାର ଜନାର୍ଦ୍ଦନ ପୂଜାରୀ ପିଜି ଛାତ୍ରାବାସ ପାଶ୍ୱର୍ରେ ନିର୍ମିତ ହେବ । କୁଳପତି ପ୍ରୋ ଅତନୁ କୁମାର ପତିଙ୍କ ପୌରହିତ୍ୟରେ ଏହି ଉତ୍ସବକୁ କୋଭିଡ କଟକଣା ଯୋଗୁଁ ଗୁଗଲ ମିଟ ଆପ ଜରିଆରେ ଭର୍ଚୁଆଲ ସଭା ରୂପେ ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଡ. ଅଶୋକ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । କୁଳପତି ପ୍ରୋ ପତିଙ୍କ ସ୍ୱାଗତ ଭାଷଣରେ ପ୍ରତିଷ୍ଠା ହେବାର ପାଞ୍ଚ ବର୍ଷରେ ଜିଏମୟୁର ଉପଲବ୍ଧି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ପ୍ରତିଫଳିତ ହୋଇଥିଲା । ଏହି ଅବସରରେ ଉପ କୁଳସଚିବ ଉମାଚରଣ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସଭାଶେଷରେ କୁଳସଚିବ ଗିରିଶ ଚନ୍ଦ୍ର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଜିଏମୟୁର ପୂର୍ବତନ ଓ ପ୍ରଥମ କୁଳପତି ପ୍ରୋ ସୁଧାଂଶୁ ଶେଖର ରଥଙ୍କ ସହିତ ସିଣ୍ଡିକେଟ ଓ ସିନେଟ ସଭ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅନେକ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

3 × three =