କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପୁରୀ ଗସ୍ତ ରେ ଆସି ମହାପ୍ରଭୁ ଙ୍କୁ ଦର୍ଶନ କରିଛନ୍ତି। ରାଜ୍ଯସଭା ପାଇଁ ମନୋନୀତ ହେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ଆସିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ପୁଣି ଗୁରୁଦାୟିତ୍ଵ ମିଳିଥିବାରୁ ଓଡ଼ିଶା ବାସି ଙ୍କ ସେବା ଓ ଓଡ଼ିଶା ର ପ୍ରଗତି କିଭଳି ଅଧିକ ହୋଇ ପାରିବ ସେ ନେଇ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ଆଶ୍ୱିନ ବୈଷ୍ଣବ ବଡଦାଣ୍ଡରେ ପହଞ୍ଚିବା ପରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟନାୟକ, ବ୍ରହ୍ମଗୀରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର , ବରିଷ୍ଠ ସେବାୟତ ମଧୁ ସୁଦନ ସିଂହାରୀ ସ୍ୱାଗତ କରିବା ସହ ଖଣ୍ଡୁଆ ଦେଇ ଶ୍ରୀ ମନ୍ଦିର କୁ ପାଛୋଟି ନେଇଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରଥମେ ପ୍ରଭୁ ପତିତପାବନ ଙ୍କୁ ମୁଣ୍ଡିଆ ମାରି ଶ୍ରୀ ମନ୍ଦିର ରେ ପ୍ରବେଶ କରିଥଲେ। ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ଶ୍ରୀ ମନ୍ଦିର ବେଢ଼ା ପରୀକ୍ରମା କରି ବିଭିନ୍ନ ଦେବଦେବୀ ଙ୍କୁ ଦର୍ଶନ କରିଥିଲେ। ପରେ ରଥ ଖଳା କୁ ଆସି ପୂଜା ହୋଇଥିବା ରଥ କାଠ କୁ ମୁଣ୍ଡିଆ ମାରି ପ୍ରଣାମ କରିଥଲେ।