ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି । ଭୁବନେଶ୍ୱର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି । ଭଡା ଘର, ଅଫିସ୍ , ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ୍ ଜାରି ରଖିଛି । ତେବେ ଏହି ଟିମରେ ଦୁଇ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି । ଭୁବନେଶ୍ୱର ପାହାଳସ୍ଥିତ ଉତ୍କଳ ସିଗନେଚରରେ ଥିବା ତୃତୀୟ ମହଲା ଘର, ଗୌତମନଗର ଉତ୍କଳ କନିକା ଗ୍ୟାଲେରିଆରେ ଥିବା ସର୍ପିଂ ମଲ୍ , କଳ୍ପନା, କଳାରାହାଙ୍ଗ , ଶୈଳଶ୍ରୀ ବିହାର ଏବଂ ମଞ୍ଚେଶ୍ୱରରେ ଥିବା ଆର୍ପାଟମେଣ୍ଟର ଚଢଉ ଚାଲିଛି । ଏପରିକି ଗଞ୍ଜାମ ଭଞ୍ଜନଗରରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର କମାପଲ୍ଲୀରେ ବି ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।