ହରଭଙ୍ଗା :ମା’ ବାଉରୀ କ୍ରିକେଟ ଆସୋସିଏସନ୍ ତରଫରୁ ଚାରିଦିନିଆ ଜିଲ୍ଲାସ୍ତରୀୟ ରାମଗଡ଼ ପ୍ରିମିଅର ଲିଗ୍-୨୦୨୪ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ଦିବସର ଅତିଥି ରୂପେ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଦେହୁରୀ,ଗିରି ସାର,ମାନସ ସାର,ବିନୟ ସାର ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ ଧଳପୁର ଦଳ ଚିତ୍ତ ଏକାଦଶକୁ ୭୮ରେ ସୀମିତ ରଖି ସହଜ ବିଜୟ ହାସଲ କରିଥିବା ବେଳେ ଅପରାହ୍ନ ମ୍ୟାଚଟି ଆଠମଲ୍ଲିକ ଓ ବୌଦ୍ଧ ମଧ୍ୟରେ ବହୁ ସଂଘର୍ଷପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଥିଲା । ଆଠମଲ୍ଲିକ ଦଳ ୧୫ ଓଭାରରେ ୧୦୭ ରନ୍ କରିଥିବା ବେଳେ ବୌଦ୍ଧ ଦଳ ୮୫ ରନରେ ଅଲଆଉଟ ହୋଇଯାଇଥିଲେ । ଆଜିର ଦୁଇଟି ମ୍ୟାଚ ରେ ଧଳପୁର ଓ ଆଠମଲ୍ଲିକ ବିଜୟୀ ଲାଭ କରିଥିଲେ ।