ପାତାଳୀ ମହୋତ୍ସବ ଅବସରରେ ପାତାଳୀ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0 69

ସୁବର୍ଣ୍ଣପୁର: ଆଜି ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ରଠାରେ ୧୯ତମ ମହୋତ୍ସବ ଅବସରରେ ସେଠାରେ ଏକ ମାଗଣା ରକ୍ତ ଦାନ ଶିବିର ସହ ନେତ୍ର ପରୀକ୍ଷା ଓ ରକ୍ତଚାପ, ଡାଇବେଟିସ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାକୁ ଆସିଥିବା ଦର୍ଶନାର୍ଥୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ସମୁଦାୟ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ୬ ଜଣ ମହିଳା ରକ୍ତଦାତାଙ୍କ ସହ ୩ ଦମ୍ପତି ଦାନ କରିଥିଲେ ତାଙ୍କର ବହୁମୂଲ୍ୟ ରକ୍ତ ।
ଏହି ମେଗା ରକ୍ତଦାନ ଶିବିରରେ କୋଟସମଲାଇ ସରପଞ୍ଚ ବେଦମତୀ ମେଣ୍ଡିଲି,ଶିକ୍ଷାବିତ୍‌ ପ୍ରମୋଦ ପଣ୍ଡା, ନବନିର୍ମାଣ ମହିଳା କୃଷକ ସଂଗଠନ ରାଜ୍ୟ ଉପସଭାପତି ସୋନାଲି ବିଶି, ଉଲୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ ସଞ୍ଜୀବ ଦେହେରି, ଡାକ୍ତର ବୃନ୍ଦାବନ ମେହେର, ପାତାଳୀ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଉତ୍ତର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଆଦି ଯୋଗ ଦେଇ ରକ୍ତ ଦାନ କରିବାର ଯଥାର୍ଥତା ଓ ଉତ୍ତରଦାୟିତ୍ୱ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସୋନପୁର ରକ୍ତ ଭଣ୍ଡାର ର ଡାକ୍ତରୀ ଟିମ୍‌ ସହ ଜଗତ ଦରୁଅଆନ, ଟିଟୁ ଭୋଇ, ଯୁଧିଷ୍ଟିର ନାୟକ ପ୍ରମୁଖ ରକ୍ତ ଦାନ ଶିବିରର ସୂଚାରୁ ଭାବରେ ପରିଚାଳନା କରିଛନ୍ତି । ଏହା ସହ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ଚକ୍ଷୁ ଶିବିର ସଂଯୋଜକ ଧର୍ମରାଜ ନାଏକରୁ ଏକ ମାଗଣା ନେତ୍ର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । କିୟୋର ବେ କ୍ଲିନିକ୍‌ ତରଫରୁ ମାଗଣା ଡାଇବେଟିସ ଓ ରକ୍ତ ଚାପ ପରୀକ୍ଷା ଶିବିର ହୋଇଥିଲା । ବହୁ ବୃଦ୍ଧବୃଦ୍ଧା ଏହି ଶିବିରରେ ଦର୍ଶନାର୍ଥୀ ପରୀକ୍ଷଣ କରିଥିଲେ । ଯେଉଁ ମାନଙ୍କ ଅପରେସନ ହେବାର ଅଛି ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ସଫଳ ଅପରେସନ କରିବା ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯାଇଛି । ପାତାଳୀ ସେନା ଏହିପରି ସାମାଜିକ ସମାରୋହ ସବୁବର୍ଷ ଆୟୋଜିତ କରି ଅଞ୍ଚଳରେ ଯୁବକ ମାନଙ୍କୁ ଉତ୍ସାହିତ କରିଆସୁଛି । ଏହି ସାଧୁ ଉଦ୍ୟମକୁ ସବୁଆଡେ ଭୂରି ଭୂରି ପ୍ରଶଂସା କରାଯାଉଛି । ଅଞ୍ଚଳରେ ରକ୍ତ ଓ କିଡନୀ ରୋଗ ବଢ଼ି ଚାଲିଥିବାରୁ ପାତାଳୀ ସେନା ଏହାପ୍ରତି ସଚେତନ ହେବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କୁ ଆହ୍ୱାନ କରିଛି । ଶେଷରେ ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

8 − six =