ବୌଦ୍ଧ,୮/୭–ବୌଦ୍ଧଜିଲ୍ଲାର ଜଣାଶୁଣା ଶିକ୍ଷାବିତ ତଥା ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗଣ୍ଡେଶ୍ୱର ତ୍ରିପାଠୀ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବରଗଡସ୍ଥିତ ବିକାଶ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ବାଉଁଶୁଣୀ ଅଞ୍ଚଳରେ ଜଣେ ଛାତ୍ରବତ୍ସଳ ଓ ପରୋପକାରୀ ବ୍ୟକ୍ତିଭାବେ ସେ ଖୁବ ପରିଚିତ । ତାଙ୍କର ବଡପୁଅ ଡାକ୍ତର ରାଜେଶ ତ୍ରିପାଠୀ ଓ ପୁତ୍ରବଧୁ ଡାକ୍ତର ସୁସ୍ମିତା ଦାଶ ବରଗଡ ଭଟଲି ଛକ ସାଇକୃପା ପୋଲିକ୍ଲିନିକ ଓ ହସ୍ପିଟାଲ ପ୍ରତିଷ୍ଠାକରି ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଦିନ ଉଭୟ ଡାକ୍ତର ଦଂପତ୍ତି ବୌଦ୍ଧଜିଲ୍ଲାର ବାଉଁଶୁଣୀରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇଥାନ୍ତି । ସେହିପରି ଶ୍ରୀ ତ୍ରିପାଠୀଙ୍କ ସାନପୁଅ ଇଂ. ରାକେଶ ତ୍ରିପାଠୀ ଓ ପୁତ୍ରବଧୁ ଉଷାରାଣୀ ଦାଶ ସମାଜସେବାରେ ମନୋନିବେଶ କରିଛନ୍ତି । ଶ୍ରୀ ତ୍ରିପାଠୀ ହଠାତ୍ ଅସୁସ୍ଥ ହୋଇ ପଡିବାପରେ ବାଉଁଶୁଣୀ ଅଞ୍ଚଳର ଛାତ୍ରଛାତ୍ରୀ, ଶୁଭେଚ୍ଛୁ ଓ ପରିଚିତ ଲୋକମାନେ ତାଙ୍କରି ଆଶୁ ଆରୋଗ୍ୟ କାମ କରିଛନ୍ତି । ‘ହୀରାଞ୍ଚଳ’ର ସଂପାଦକ ଶ୍ରୀ ଯୁଗଳ କିଶୋର ସାମଲ ମଧ୍ୟ ଶ୍ରୀ ତ୍ରିପାଠୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।