ପୁରୀ : ସ୍ଥାୟୀ ନିଯୁକ୍ତି ଦାବୀ କରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ । ଯଦି ସେମାନଙ୍କ ଦାବୀ ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରିବେ ଅର୍ଥ କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମଚାରୀ ସଂଘ ତରଫରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଏକ ସ୍ମାରକ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପତ୍ର ଦିଆଯାଇଛି । ଆଜି ପୁରୀ ଜିଲ୍ଲାର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦାନ ରହି କାମରେ ଅସହଯୋଗ କରିବେ ଏବଂ ଆଗାମୀ ନିର୍ବାଚନରେ ଭୋଟକୁ ବର୍ଜନ କରିବେ । କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ ଭୋଟ ବର୍ଜନ କରିବେ । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ଓ ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ବାରମ୍ବାର ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବୀ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେନାହିଁ ତେଣୁ ଏହି ଚରମ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କର ଦାବୀ ଦୀର୍ଘ ୧୮ ବର୍ଷ କାଳ ନିରନ୍ତର ଓ ନିରବିଚ୍ଛିନ୍ନ ସେବା ଯୋଗାଇ ସ୍ୱାସ୍ଥ୍ୟ ସେବାରେ ଭାରତ ମାନଚିତ୍ରରେ ଓଡିଶାକୁ ଟିକାକରଣରେ ୧ନମ୍ବର, ଟିବି ନିରାକରଣରେ ୨ ନମ୍ବର ଓ ମାତୃ ଓ ଶିଶୁ ମୃତ୍ୟୁ ରୋକିବାରେ ୧ନଂ ଓ ମ୍ୟାଲେରିଆ ନିରାକରଣରେ ୧ନଂ, ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ପରିଚୟ ଦେବା ସତ୍ତେ୍ୱ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।ଏଣୁ ଆମେ ସରକାରଙ୍କୁ ଅସହଯୋଗ କରିବା ସହିତ ପରିବାର ତଥା ନିଜଲୋକଙ୍କ ସହିତ ଭୋଟ୍ ବର୍ଜନ କରିବାପାଇଁ ଚେତାବନୀ ଦେଇଛି ସଂଘ । ସେପଟେ ଦାବୀକୁ ଗ୍ରହଣ କରାଯାଇଛି ବୋଲି ସିଡିଏମ୍ଓ କହିବା ସହ ଆଜି ଏକ ହାଇଲେବଲ ବୈଠକ କରାଯାଉଛି । ଠିକା କର୍ମଚାରୀଙ୍କର ସମସ୍ୟା ସମାଧାନ ହେବ ବୋଲି ଆଶା । ଯଦି ସେମାନେ ଅସହଯୋଗ କରିବେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ କରାଯିବ ବୋଲି ସିଡିଏମ୍ଓ କହିଛନ୍ତି ।