ପ୍ରବଳ ବର୍ଷାରେ ଧୋଇ ନେଲା ବୁଣିଥିବା ଧାନ, ବିହନ ଚିନ୍ତାରେ ଚାଷୀ

0 394

ବୌଦ୍ଧ,୯/୭ : କିଛି ଦିନର ମୌସୁମୀ ବର୍ଷା ପରେ ପାଗ ଠିକ୍ ହେବା ପରେ ଗତ ଦୁଇ /ତିନି ଦିନ ମଧ୍ୟରେ ଚାଷୀମାନେ ତଳି ପକାଇବା ସହ ଧାନ ବୁଣାବୁଣି କରିଥିଲେ । ଗତକାଲି ସନ୍ଧ୍ୟାରେ ହଠାତ୍ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ବୁଣିଥିବା ଧାନବିହନ ଧୋଇ ନେଇଛି । ଫଳରେ ଏ ସମୟ ମଧ୍ୟରେ ବୁଣାବୁଣି କରିଥିବା ଚାଷୀମାନଙ୍କ ଘୋର କ୍ଷତି ହୋଇଥିବା ଜଣାପଡିଛି । ହରଭଙ୍ଗା ବ୍ଲକ୍ ଲୁଣିବାହାଲ୍ ଗ୍ରାମ ପଂଚାୟତ ବାରବାଣି ଗ୍ରାମର ଚାଷୀ ଶ୍ରବଣ ପ୍ରଧାନଙ୍କ କହିବା ଅନୁସାରେ ସେ ୪ ପ୍ୟାକେଟ ଧାନ ବିହନ କିଣି ନିଜ ଜମିରେ ହଳ କରି ବୁଣିଥିଲେ । ଗତକାଲି ସନ୍ଧ୍ୟାରେ ହୋଇଥିବା ବର୍ଷାରେ ବୁଣିଥିବା ସବୁ ବିହନ ବର୍ଷାରେ ଧୋଇ ନେଇଛି । ଆଉ ଥରେ ବୁଣିବା ପାଇଁ ପାଗ ଅନୁକୂଳ ହେଲା ବେଳକୁ ଚାଷ ଡେରି ହେବ । ବିହନ ମଧ୍ୟ ଡିଲର୍ ମାନଙ୍କ ପାଖରେ ନାହିଁ । କେବଳ ଶ୍ରବଣ ନୁହନ୍ତି ତାଙ୍କରି ଭଳି ଅନେକ ଚାଷୀ ଏଭଳି ଦୁର୍ଦ୍ଦଶା ଜିଲ୍ଲାର ବିଭିନ୍ନ ଅଂଚଳରେ ଭୋଗୁଥିବା ଅଭିଯୋଗ ହୁଏ । ଚଳିତବର୍ଷ ଜିଲ୍ଲାରେ ଧାନ ବିହନ ଯୋଗାଣରେ ପ୍ରାରମ୍ଭରୁ ହିଁ ଅବ୍ୟବସ୍ଥା ଦେଖାଦେଇଛି । ଏ ପରିସ୍ଥିତିରେ ଚାଷୀକୁଳ ଚିନ୍ତାରେ ପଡିଥିବାବେଳେ ଜିଲ୍ଲା କୃଷି ବିଭାଗ କିନ୍ତୁ ବେଫିକର୍ ବସିଥିବା ଘଟଣାକୁ ଚାଷୀମାନେ ନିନ୍ଦା କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + eighteen =